ପ୍ରଥମ ଥର ପାଇଁ ରାଜଧାନୀରେ ବାୟୁସେନା କଲା ବାମ୍ବି ଅପରେସନ, ଯମୁନାରୁ ୮ ହଜାର ଲିଟର୍‌ ପାଣି ଆଣି ଲିଭାଇଲା ନିଆଁ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ବୁଧବାର ଏକ ବାମ୍ବି ଅପରେସନ୍‌ କରି ଏବେ ଚର୍ଚ୍ଚା ପାଲଟିଛି। ଦିଲ୍ଲୀର ମାଲବ୍ୟ ନଗରର ଜନାକୀର୍ଣ୍ଣ ଅଞ୍ଚଳରେ ନିଆଁ ଲାଗି ଯାଇ ନିଆଁ ଚାରି ଆଡ଼କୁ ବ୍ୟାପିବାରୁ ରୋକିବା ପାଇଁ ବାୟୁ ସେନା ପକ୍ଷରୁ ଏହି ଅପରେସନ କରାଯାଇଥିଲା। ବାୟୁ ସେନାର ଏମ୍‌ଆଇ୧୭ ହେଲିକପ୍ଟରକୁ ଏହି ନିଆଁ ଲିଭା କାମରେ ନିୟୋଜିତ କରାଯାଇଥିଲା।

ଏହି ହେଲିକପ୍ଟରରେ ରହି ବାଉଁଶ ବାଲ୍‌ତି ସାହାଯ୍ୟରେ ଜମୁନାରୁ ପାଣି ଅଣାଯାଇ ନିଆଁ ଲିଭାଯାଇଛି। ଏପରି ସହରାଞ୍ଚଳରେ ଭାରତୀୟ ବାୟୁ ସେନା ପକ୍ଷରୁ ପ୍ରଥମ ଥର ପାଇଁ ଏହି ବାମ୍ବି ଅପରେସନ କରାଯାଇଛି। ନିଆଁ ଲିଭାଇବା ପାଇଁ ବାୟୁସେନା ପ୍ରାୟ ୮,୦୦୦ ଲିଟର୍‌ ପାଣି ଯମୁନାରୁ ଆଣି ପକାଇଥିଲା। ପାଣି ବୁହାଯାଉଥିବା ବାଲ୍‌ତିଟି ବାଉଁଶ ନିର୍ମିତ ହୋଇଥିବାରୁ ଏହାକୁ ବାମ୍ବି ଅପରେସନ୍‌ କୁହାଯାଉଛି।

ଏହି ଅପରେସନ ସକାଳୁ ଆରମ୍ଭ ହୋଇଥିଲା। ମଙ୍ଗଳବାର ସଂଧ୍ୟା ୫ଟା ସମୟରେ ଏକ ରବର୍‌ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ପରେ ସେହି ନିଆଁ ଚାରିଆଡ଼କୁ ଖେଳି ଯାଇଥିଲା। ଏହି ଅଗ୍ନି ପ୍ରଭାବରେ କେତେକ ଗାଡ଼ି, ଦୋକାନ ଆଦି ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର