ଜମ୍ମୁ-କଶ୍ମୀରରେ ଦୁର୍ଘଟଣାଗ୍ରସ୍ତ ହୋଇ ଜରୁରିକାଳୀନ ଅବତରଣ କଲା ବାୟୁସେନା ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଆଜି (ବୁଧବାର) ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇ ଜରୁରିକଳୀନ ଅବତରଣ କରିଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଭାରତୀୟ ବାୟୁସେନାର ଏକ ‘ଚିତା’ ହେଲିକପ୍ଟର ଆଜି ଅପରାହ୍ନରେ ଉଡ଼ାଣ ଭରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଜମ୍ମୁ-କଶ୍ମୀରର ନାଥା ଟପ୍‌ ଉପରେ ଜରୁରିକଳୀନ ଅବତରଣ କରିଛି। ତେବେ, ଏହାର ପାଇଲଟ୍‌ ଓ ଏଥିରେ ଥିବା ଅନ୍ୟ କ୍ର୍ୟୁ ସଦସ୍ୟ ସୁରକ୍ଷିତ ଥିବା ବାୟୁସେନା ସୂତ୍ରରୁ ପ୍ରକାଶ। ବାୟୁସେନାର ଏହି ‘ଚିତା’ ହେଲିକପ୍ଟରଟି କେଉଁ ପରିସ୍ଥିତିରେ ଓ କିପରି ଦୁର୍ଘଟଣା ଗ୍ରସ୍ତ ହେଲା, ସେ ସଂପର୍କରେ ବାୟୁସେନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର