ପୂର୍ବ-ଭାରତର ସୁରକ୍ଷାକୁ ନେଇ ଚିନ୍ତାରେ ସରକାର: ଆନ୍ଧ୍ରରେ ନିଜର ସାମରିକ ଘାଟି ପ୍ରତିଷ୍ଠା କରିବ ବାୟୁସେନା

ନୂଆଦିଲ୍ଲୀ: ସମଗ୍ର ଭାରତ ମହାସାଗରୀୟ ଅଂଚଳରେ ଚୀନର ପ୍ରଭାବ ବଢୁଥିବାରୁ ଭାରତର ପୂର୍ବ ଉପକୂଳ ଦିନକୁ ଦିନ ଅଧିକ ବିପଦସଂକୁଳ ହୋଇପଡୁଛି । ପୂର୍ବ ଉପକୂଳରେ ଦେଶର କେତେକ ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଯଥା ବାଲେଶ୍ୱର ଓ ଭଦ୍ରକରେ କ୍ଷେପଣାସ୍ତ୍ର ପରୀକ୍ଷା ଘାଟି, ଚିଲିକାରେ ନୌସେନା ତାଲିମ କେନ୍ଦ୍ର  ଓ ବିଶାଖାପାଟଣାରେ ନୌସେନା ଘାଟି ରହିଛି । ଆହୁରି ମଧ୍ୟ ଆନ୍ଧ୍ର ଉପକୂଳ ଶ୍ରୀହରିକୋଟାଠାରେ ମହାକାଶ ଘାଟି ରହିଛି । ଏସବୁକୁ ନେଇ ସରକାରଙ୍କ ସୁରକ୍ଷା ଚିନ୍ତା ବଢିଯାଇଛି । ଏଥିଲାଗି ଆନ୍ଧ୍ରପ୍ରଦେଶରେ ଏକ ବାୟୁସେନା ଘାଟି ପ୍ରତିଷ୍ଠା କରିବାକୁ ସରକାର ଯୋଜନା କରୁଛନ୍ତି । ଏହି ଯୋଜନା ମୁତାବକ ଦୋଣାକୋଣ୍ଡାଠାରେ ବାୟୁସେନାର ଏକ ବଡ଼ ହେଲିକାପ୍ଟର ଟ୍ରେନିଂ କେନ୍ଦ୍ର ସ୍ଥାପନ କରାଯିବ । ଅନନ୍ତପୁର ଜିଲ୍ଲାରେ ଏକ ଡ୍ରୋନ ତିଆରି କାରଖାନା ସ୍ଥାପନ କରାଯିବ ।  ରାଜମହେନ୍ଦ୍ରୀ ଓ ବିଜୟଓ୍ଵାଡାରେ ବାୟୁସେନା ଘାଟି ଓ ଆମରାବତୀରେ ଏକ ସାଇବର ସୁରକ୍ଷା କେନ୍ଦ୍ର ସ୍ଥାପନ କରାଯିବ । ଏବେ ବାୟୁସେନାର ଚେନ୍ନାଇ ନିକଟସ୍ଥ ଆରାକୋନମ ଓ ବିଶାଖପାଟଣା ନିକଟରେ ଆଇଏନଏସ ଡେଗା ରହିଛି ।

 

ସମ୍ବନ୍ଧିତ ଖବର