ଯୁଦ୍ଧ ଆଶଙ୍କା ମଧ୍ୟରେ ପାକିସ୍ତାନ ସୀମା ଠାରୁ ଅଳ୍ପକିଛି ଦୂରରେ ଭାରତୀୟ ବାୟୁସେନା ଆରମ୍ଭ କଲା ବୃହତ ସମରାଭ୍ୟାସ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଆଜି ଆରମ୍ଭ ହୋଇଛି ସମରାଭ୍ୟାସ ବାୟୁଶକ୍ତି ୨୦୧୯ । କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ବଢିଚାଲିଥିବାବେଳେ ସାଂକେତିକ ଦୃଷ୍ଟିକୋଣରୁ ଏହି ଯୁଦ୍ଧାଭ୍ୟାସର ଗୁରୁତ୍ୱ ବଢିଯାଇଛି । କାରଣ ଏହା ରାଜସ୍ଥାନର ଥର ମରୁଭୂମିରେ ପାକିସ୍ତାନ ସୀମାଠାରୁ କିଛି ଦୂରତ୍ୱରେ ଅନୁଷ୍ଠିତ ହେଉଛି ।

ଆଜି ବାୟୁସେନା ନିଜର କ୍ଷମତା ଓ ରଣକୌଶଳର ପ୍ରଦର୍ଶନ କରି ସମସ୍ତଙ୍କୁ ଜଣାଇଦେଇଛି ଯେ ଏହା ପ୍ରସ୍ତୁତ । ଆଜି ମିଗ୨୭ ଓ ସୁଖୋଇର ଗ୍ରାଉଣ୍ଡ ଆଟାକ କ୍ଷମତାର ପ୍ରଦର୍ଶନ କରାଯାଇଛି । ଏହି ସମରାଭ୍ୟାସରେ ଜାଗୁଆର, ତେଜସ, ଚେତକ ପ୍ରଭୃତି ବିମାନ ମଧ୍ୟ ଅଂଶଗ୍ରହଣ କରି ନିଜର ବିଧ୍ୱଂସକ କ୍ଷମତାର ପ୍ରଦର୍ଶନ କରିବେ । ମିଗ୍‌ ୨୭, ଜାଗୁଆର ଆଦି ଲଢୁଆ ବିମାନ ଆକାଶମାର୍ଗରୁ ଭୂମିରେ ଥିବା ଟାର୍ଗେଟଗୁଡିକୁ ବୋମା, ରକେଟ ଓ କ୍ଷେପଣାସ୍ତ୍ର ଆଦି ପକାଇ ଧ୍ୱଂସ କରଥିଲା । ଏହା ସହିତ ଏଥିରେ ଲାଗିଥିବା ମେସିନ ଗନ ମାଧ୍ୟମରେ ମଧ୍ୟ ଗୁଳି ବର୍ଷା କରିଥିଲା ।

ସମ୍ବନ୍ଧିତ ଖବର