ନାସିକ ନିକଟରେ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଏକ ଅତ୍ୟାଧୁନିକ ସୁଖୋଇ -୩୦ଏମକେଆଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାସିକ ନିକଟରେଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ କୌଣସି ପାଇଲଟଙ୍କ ମୃତାହତ ହୋଇଥିିବା ନେଇ ରିପୋର୍ଟ ମିଳି ନାହିଁ। ସୂଚନାଯୋଗ୍ୟ ଏହି ମାସରେ ଗୁଜରାଟର କଚ୍ଛ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ଜାଗୁଆର ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ସୂଚନାଯୋଗ୍ୟ ଯେ ଗତବର୍ଷ ମେ ମାସରେ ଚୀନ ସୀମା ନିକଟରେ ଏକ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇଜଣ ପାଇଲଟଙ୍କର ମୃତ୍ୟୁ ଘଟିଥିଲା। ପାଇଲଟ ଦ୍ୱୟ ଯଦିଓ ଦୁର୍ଘଟଣା ପୂର୍ବରୁ ସୁଖୋଇ ବିମାନରୁ ନିଜକୁ ଇଜେକ୍ଟ କରି ଦେଇଥିଲେ। ମାତ୍ର ତଳେ ପଡ଼ି ସେମାନେ ଭୟଙ୍କର ଭାବେ ଆହତ ହେବା ସହିତ ମୃତ୍ୟୁ ବରଣ କରିଥିଲେ।
ସେହିପରି ୨୦୧୫ରେ ସୁଖୋଇ -୩୦ଏମକେଆଇ ଲଢ଼ୁଆ ବିମାନ ମଧ୍ୟ ଆସାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମାତ୍ର ଏଥିରୁ ଏହାର ପାଇଲଟ ଓ କୋ ପାଇଲଟ୍‌ ନିଜକୁ ସୁରକ୍ଷିତ ଭାବେ ବଞ୍ଚାଇ ପାରିଥିଲେ।
ସୂଚନାଯୋଗ୍ୟ ଯେ ରୁଷ ନିର୍ମିତ ସୁଖୋଇ -୩୦ଏମକେଆଇ ଲଢ଼ୁଆ ବିମାନ ଯେ କୌଣସି ପାଗ ଓ ପରିବେଶରେ ଉଡିପାରୁଥିବା ଦୁଇ ଇଞ୍‌ିନ ବିଶିଷ୍ଟ ଳଢ଼ୁଆ ବିମାନା ୧୯୯୦ ମସିହାରୁ ଏହି ସୁୁଖୋଇ ଲଢ଼ୁଆ ଭାରତୀୟ ବାୟୁ ସେନାରେ ସାମିଲ ହୋଇଥିବା ବେଳେ ଇତିମଧ୍ୟରେ ୬ ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାଂଶ ଦୁର୍ଘଟଣା ବୈଷୟିକ ତ୍ରୁଟି ଯୋଗୁଁ ଘଟିଥିବା ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର