ଆସନ୍ତାକାଲି ଭାରତୀୟ ବାୟୁସେନା ଚିନୁକ୍‌ ହେଭି-ଲିଫ୍ଟ ହେଲିକପ୍ଟରକୁ ସେନାରେ ସାମିଲ କରିବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ୍‌) ସୋମବାର ନିଜର ୧୫ ଚିନୁକ୍‌ ହେଭି-ଲିଫ୍ଟ ହେଲିକପ୍ଟର ମଧ୍ୟରୁ ପ୍ରଥମ ୪ଟି ହେଲିକପ୍ଟରକୁ ବିଧିବଦ୍ଧ ଭାବେ ସେନାରେ ସାମିଲ କରିବ ବୋଲି ବାୟୁସେନା ପ୍ରମୁଖ ମାର୍ଶାଲ ବିଏସ୍‌ ଧନୋଆ ରବିବାର ସୂଚନା ଦେଇଛନ୍ତି।

ଉଲେଖଯୋଗ୍ୟ ବିଦେଶରୁ ଆମଦାନି କରାଯିବା ପରେ ଏହି ହେଲିକପ୍ଟର ସବୁକୁ ଚଣ୍ଡୀଗଡ଼ ଏୟାର .ବେସ୍ ରେ ରଖାଯାଇଥିଲା। ଚିନୁକ୍‌ ଏକ ଭାରବାହୀ ହେଲିକପ୍ଟର। ଚିନୁକ୍‌ ହେଭି-ଲିଫ୍ଟ ହେଲିକପ୍ଟର ବହୁ-ଭୂମିକାରେ କାର୍ଯ୍ୟ କରି ପାରିବ। ଏହାର ଉପଯୋଗ ସେନା ସାମଗ୍ରୀ ପରିବହନ ପାଇଁ କରାଯିବ।

ସମ୍ବନ୍ଧିତ ଖବର