ଇସ୍ତଫା ଦେଲେ ଆଇଏଏସ୍‌ ଅଧିକାରୀ, ସ୍ବାଧୀନ ମତବ୍ୟକ୍ତ କରିବ‌ାର ଅଧିକାର ନାହିଁ

ନୂଆଦିଲ୍ଲୀ: ଯୁବ ଆଇଏଏସ୍‌ ଅଧିକାରୀ କେ ଗୋପୀନାଥନ ୨୦୧୮ ସେପ୍ଟେମ୍ବରରେ କେରଳ ବନ୍ୟା ସମୟରେ ତାଙ୍କର ଦକ୍ଷତା ଓ ସେବା କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସନୀୟ ହୋଇଥିଲେ। ସେ ସମୟରେ ଦାଦ୍ରା ଏବଂ ନଗର ହାଭେଳିର ଜିଲ୍ଲାପାଳ ଥିବା ଏହି ଅଧିକାରୀ କେରଳରେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ତେବେ ସେ ଜଣେ ଜିଲ୍ଲାପାଳ ବୋଲି କାହାକୁ ନିଜର ପରିଚୟ ଦେଇ ନଥିଲେ। ଅନ୍ୟ ଜଣେ ଅଫିସର ତାଙ୍କୁ ଚିହ୍ନଟ କରିବାପରେ ହିଁ ତାଙ୍କ ପରିଚୟ ଜଣାପଡ଼ିଥିଲା। କିନ୍ତୁ ବର୍ଷକ ପରେ ଏହି ଆଇଏଏସ୍‌ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗତ ୨୧ ତାରିଖରେ ଗୃହ ସଚିବଙ୍କୁ ଏକ ଚିଠି ଲେଖି ଗୋପୀନାଥନ କହିଛନ୍ତି, ଭାରତୀୟ ପ୍ରଶାସନିକ ସେବାରୁ ସେ ଇସ୍ତଫା ଦେବାକୁ ଚାହିଲେ। କାରଣ ସେ ଲୋକଙ୍କୁ ସ୍ବର ଉତ୍ତୋଳନ କରିବାର ସୁଯୋଗ ଦେବାପାଇଁ ଏହି ‌ସେବାରେ ଯୋଗ ଦେଇଥିଲେ। କିନ୍ତୁ ତାଙ୍କର ନିଜର ଯେଉଁଠି ସ୍ବାଧୀନ ମତବ୍ୟକ୍ତ କରିବାର କିଛି ଅଧିକାର ନାହିଁ. ସେଠି ସେ ଅନ୍ୟମାନଙ୍କୁ କ’ଣ କହିବେ। ସେ କହିଛନ୍ତି , ତାଙ୍କ ଇସ୍ତଫା ଖବର କାହା ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ସେ ଜାଣନ୍ତି, କିନ୍ତୁ ସେ ଆଉ ପ୍ରଶାସନିକ ସେବାରେ ରହିବେ ନାହିଁ ବୋଲି ଦୃଢ଼ ନିଷ୍ପତ୍ତି ନେଇ ସାରିଛନ୍ତି।

ସମ୍ବନ୍ଧିତ ଖବର