ଦ୍ୱିତୀୟ ଥର ପାଇଁ ଟପ୍ପର ହେଲେ ଟିନା; ୟୁପିଏସ୍‌ସି ସିଭିଲ୍‌ ସର୍ଭିସ ପରୀକ୍ଷା-୨୦୧୫ରେ ଅଧିକାର କରିଥିଲେ ପ୍ରଥମ ସ୍ଥାନ

ଆଇଏଏସ୍‌ ଟପ୍ପର ଟିନା ଦାବି ୨୦୧୫ ମସିହାରେ ଗଣମାଧ୍ୟମ ଓ ଇଣ୍ଟର୍‌ନେଟ୍‌ରେ ଛାଇ ଯାଇଥିଲେ। ୨୦୧୫ରେ ସେ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଚର୍ଚ୍ଚା ହୋଇଥିଲେ। ସେ ସମୟର କିଛି ବିବାଦ ଓ ଶୁଭେଚ୍ଛା ଟିନାଙ୍କୁ ଚର୍ଚ୍ଚିତ ହେବାରେ ବେଶ୍‌ ସହାୟ ହୋଇଥିଲା। ଯାହାବି ହେଉ, କଥାରେ ଅଛି ବିଜୟ ଏକ ନିଶା। ଟିନା ଏହି ନିଶାକୁ ଥରେ ଚାଖବା ପରେ ଆଉ ଥରେ ଚାଖିବାର ମୋହ ତାଙ୍କୁ ପୁଣି ଥରେ ନମ୍ବର ୧ ର‍୍ୟାଙ୍କ୍‌ରେ ରହିବାରେ ସାହାଯ୍ୟ କରିଛି।

ସେ ନିଜ ଟୁଇଟର୍‌ରେ ଏକ ଟୁଇଟ୍‌ କରିଛନ୍ତି ଯେ ‘ପୁଣି ଥରେ ର‍୍ୟାଙ୍କ୍‌ ୧, ମୁଁ ଭାରତର ରାଷ୍ଟ୍ରପତିଙ୍କଠାରୁ ପଦକ ଗ୍ରହଣ କରିଛି। ୨ ବର୍ଷ ପ୍ରଶିକ୍ଷଣରେ ପ୍ରଥମ ଆସିବା ପାଇଁ ଏହି ପଦକ ମିଳିଛି। ୨୦୧୬ ଆଇଏଏସ୍‌ ବ୍ୟାଚ୍‌ରେ ମୁଁ ପ୍ରଥମ ସ୍ଥାନରେ ରହିଛି।’

ଟିନା ଦାବି ଲାଲ୍‌ ବାହାଦୁର ଶାସ୍ତ୍ରି ଆକାଡେମିକ ଅଫ୍‌ ଆଡମିନଷ୍ଟ୍ରେସନ୍‌ରେ ପ୍ରଶିକ୍ଷଣ ନେଉଥିଲେ। ଏହି ଅ୍ରନୁଷ୍ଟାନଟି ଭାରତର ସାର୍ବଜନୀତ ନୀତି ଓ ପୁଳିସ୍‌ ପ୍ରଶାସନ ଗବେଷଣା ତଥା ପ୍ରଶିକ୍ଷଣ ସଂସ୍ଥା।

ଉଲ୍ଲେଖଯୋଗ୍ୟ, ଦାବି ତାଙ୍କ ଶ୍ରେଣୀରେ ଜଣେ ଯୁବକ ଆମୀର ଅଥର୍‌ ଆମିରୁଲ୍‌ ସାଫି ଖାନଙ୍କ ସହ ବିବାହ କରିଛନ୍ତି। ଟିନା ଦାବି ପ୍ରଥମ ହୋଇଥିବା ବେଳେ ସେ ଦ୍ୱିତୀୟ ର‍୍ୟାଙ୍କ୍‌ରେ ଥିବା ଯୁବକଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର