ମୋଦି-ଆଶାରାମଙ୍କ ଭିଡିଓ ଟ୍ଵିଟ୍‌ କରି ବିବାଦରେ ଆଇସିସି

ଦୁବାଇ: ଯୋଧପୁର କୋର୍ଟରେ ଆଶାରାମ ଦୋଷୀ ସାବ୍ୟସ୍ତ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଶାରାମଙ୍କ ଭିଡିଓକୁ ଟ୍ଵିଟ୍‌ କରି ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିବାଦ ଘେରକୁ ଆସିଛି। ଏହି ଭିଡିଓକୁ ଆଇସିସି ‘ନାରାୟଣ, ନାରାୟଣ’ କ୍ୟାପ୍‌୍‌ସନ ସହ ଟ୍ଵିଟ୍‌ କରିଥିଲା। ମୋଦି ଓ ଆଶାରାମଙ୍କ କିଛି ପୁରୁଣା ସ୍ମୃତି ଦେଖନ୍ତୁ ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଥିଲା। ଆଇସିସିର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା ହେବାପରେ ଏହାକୁ ହଟାଇ ଦିଆଯାଇଛି ଏବଂ ଆଇସିସି କ୍ଷମାପ୍ରାର୍ଥନା କରିଛି। ଆଜି ସ୍ୱତନ୍ତ୍ର କୋର୍ଟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ କଂଗ୍ରେସ ଏହି ଭିଡିଓକୁ ଟ୍ଵିଟ୍‌ କରିଥିଲା। ଏହି ୪୭ ସେକେଣ୍ଡର ଭିଡିଓରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ ଆଶାରାମଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର