ବରଫ ଅତଡ଼ା ଧସି ୫ ଯବାନ ନିଖୋଜ

ଶ୍ରୀନଗର: ଉତ୍ତର କଶ୍ମୀରର କୁପଓ୍ଵାରା ଏବଂ ବାନ୍ଦିପୁରା ଜିଲ୍ଲାର ଫରଓ୍ଵାର୍ଡ ପୋଷ୍ଟଗୁଡ଼ିକରେ ଗତ ୨୪ ଘଣ୍ଟା ମଧ୍ୟରେ ଭୀଷଣ ତୁଷାରପାତ ସହ ବରଫ ଅତଡ଼ା ଧସି ୫ ଯବାନ ନିଖୋଜ ହୋଇଛନ୍ତି। ଅନ୍ୟ ଏକ ଘଟଣାରେ ସେନା ସାମଗ୍ରୀ ବହନ କରୁଥିବା ଜଣେ ସଦସ୍ୟଙ୍କର ମଧ୍ୟ ଅନୁରୂପ ଭାବେ ମୃତ୍ୟୁ ହୋଇଛି। କୁପଓ୍ଵାରାର ନାଉଗାମ୍‌ ସେକ୍ଟରରେ ବରଫ ଅତଡ଼ାରେ ୨ଜଣ ସେନା ଯବାନ ନିଖୋଜ ରହିଥିବା ବେଳେ ଜମ୍ମୁ କଶ୍ମୀରର ବାନ୍ଦିପୁରା ଜିଲ୍ଲାର ଗୁରେଜ ସେକ୍ଟରରେ ମଧ୍ୟ ୩ ଜଣ ଯବାନ ନିଖୋଜ ରହିଛନ୍ତି। ତେବେ ନିଖୋଜ ଯବାନମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଅଦ୍ୟାବଧି କଛିି ପତ୍ତା ମିଳିନଥିବା ସେନା ପ୍ରବକ୍ତା କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି। କଶ୍ମୀରରେ ସଦ୍ୟ ତୁଷାରପାତ ଯୋଗୁଁ ଶ୍ରୀନଗର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଶ୍ରୀନଗର ବିମାନ ବନ୍ଦରକୁ ସମସ୍ତ ବିମାନ ଚଳାଚଳ ମଧ୍ୟ ବନ୍ଦ ରହିଛି।

ସମ୍ବନ୍ଧିତ ଖବର