ମୁଁ ପ୍ରଚାର କଲେ କଂଗ୍ରେସର ଭୋଟ୍‌ କମିବ

ଭୋପାଳ: ମଧ୍ୟପ୍ରଦେଶରେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ କଂଗ୍ରେସ ପାଇଁ ପ୍ରଚାର କଲେ ଦଳର ଭୋଟ୍‌ କମିଯିବ ବୋଲି କହୁଥିବା ଦେଖିବାକୁ ମିଳିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବେ ରାଜ୍ୟରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ଏହି ଭିଡ଼ିଓ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଦିଗ୍‌ବିଜୟ ଏବେ ଦଳର କୌଣସି ରୢାଲିରେ ଯୋଗଦେଉ ନାହାନ୍ତି କି ପ୍ରଚାର ପାଇଁ ବାହାରୁ ନାହାନ୍ତି।

ସମ୍ବନ୍ଧିତ ଖବର