ପାକିସ୍ତାନରେ ‘ଆତଙ୍କବାଦୀଙ୍କ ନିରାପଦ ଅାଶ୍ରୟସ୍ଥଳୀ’ ରଖାଇ ଦେବୁ ନାହିଁ: ସିଆଇଏ ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ ଥିବା ‘ଆତଙ୍କବାଦୀଙ୍କ ନିରାପଦ ଅାଶ୍ରୟସ୍ଥଳୀ’ ବିରୋଧରେ ପାକିସ୍ତାନ ଯଦି କୌଣସି ପଦକ୍ଷେପ ନ ନିଏ, ସେସବୁ ଆଉ ନାହିଁ ବୋଲି ନିଶ୍ଚିତ କରିବାକୁ ଆମେ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେରିକୀୟ ଗୁଇନ୍ଦା ସଂସ୍ଥାନ ସିଆଇଏର ମୁଖ୍ୟ ଏ କଥା କହିଛନ୍ତି ବୋଲି ଭଏସ୍‌ ଅଫ୍‌ ଆମେରିକା ରେଡିଓ ପ୍ରସାରଣ କରିଛି।

ଆମେରିକୀୟ ପ୍ରତିରକ୍ଷା ସଚିବ ଜେମ୍‌ସ୍‌ ମ୍ୟାଟିସ୍‌ଙ୍କ ପାକିସ୍ତାନ ଗସ୍ତର ଦୁଇ ଦିନ ପୂର୍ବରୁ ଏକ କଥା କହିଛନ୍ତି ଆମେରିକାର ସେଣ୍ଟ୍ରାଲ୍‌ ଇଣ୍ଟେଲିଜେନ୍‌ସ୍‌ ଏଜେନ୍‌ସିର ନିର୍ଦେଶକ ମାଇକ୍‌ ପୋମ୍ପେଓ।

ପୋମ୍ପେଓ କହିଛନ୍ତି ଯେ ମ୍ୟାଟିସ୍‌ ପ୍ରଥମେ ପାକିସ୍ତାନ ସହ ଏ ପ୍ରସଙ୍ଗରେ ଭଲ ଭାବେ ଅାଲୋଚନା କରିବେ । ପ୍ରତିରକ୍ଷା ସଚିବ ପାକିସ୍ତାନକୁ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବାର୍ତ୍ତା ଦେବେ। ଆତଙ୍କବାଦୀଙ୍କ ନିରାପଦ ଅାଶ୍ରୟସ୍ଥଳୀକୁ ନଷ୍ଟ କରିବା ନିମେନ୍ତ ରାଷ୍ଟ୍ରପତି ଗୁରୁତ୍ୱ ଦେଇଥିବା କଥା ବାର୍ତ୍ତାରେ ଉଲ୍ଲେଖ ରହିଛି।

ଶନିବାର ଦିନ କାଲିଫର୍ଣ୍ଣିଆସ୍ଥିତ ସିମିଠାରେ ରେଗାନ୍‌ ନେସ୍‌ନାଲ୍‌ ଡିଫେନ୍‌ସ୍‌ ଫୋରମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୋମ୍ପେଓ କହିଥିଲେ ଯେ ପାକିସ୍ତାନ ଦମନ କରିପାରୁ ନ ଥିବାରୁ ‘ଆତଙ୍କବାଦୀଙ୍କ ନିରାପଦ ଅାଶ୍ରୟସ୍ଥଳୀ’ର ଅସ୍ତିତ୍ୱ ଧ୍ୱଂସ କରିବାକୁ ଆମେ ସବୁମତେ ଉଦ୍ୟମ କରିବୁ।

ଆଜି ମ୍ୟାଟିସ୍‌ ଇସ୍‌ଲାମାବାଦରେ ପହଞ୍ଚିବେ। ସେଠାରେ ସେ ବରିଷ୍ଠ ପାକିସ୍ତାନୀ ସାମରିକ ଏବଂ ସରକାରୀ ନେତାମାନଙ୍କ ସହ ବିଭିନ୍ନ ମାମଲା ସମ୍ବନ୍ଧରେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର