ପୁରଣା ବିମାନ ଉଡ଼ାଇବାକୁ ଭାରତୀୟ ବାୟୁସେନା ବାଧ୍ୟ ହେଉଛି: ପାଇଲଟ୍‌ଙ୍କ ଆତ୍ମୀୟଙ୍କ ଅଭିଯୋଗ

ନୂଆଦିଲ୍ଲୀ: ଦେଶରେ ତୀବ୍ର ରାଜନୈତିକ-ଅମଲାତାନ୍ତ୍ରିକ ଉଦାସୀନତା ଏବଂ ଦାୟିତ୍ୱହିନତା କାରଣରୁ ସେନା ପୁରୁଣା ବିମାନ ଚଳାଇ ଲଢ଼େଇ କରିବାକୁ ବାଧ୍ୟ ହେଉଛି ବୋଲି ଗତ ଶୁକ୍ରବାର ଦିନ ବେଙ୍ଗାଲୁରୁ ଠାରେ ମିରେଜ୍‌-୨୦୦୦ ବିମାନ ଦୁର୍ଘଟନା ଯୋଗୁଁ ପ୍ରାଣ ହରାଇଥିବା ଦୁଇ ଜଣ ଟେଷ୍ଟ୍‌ ପାଇଲଟ୍‌ଙ୍କ ଭାଙ୍ଗିପଡ଼ିଥିବା ପରିବାର ଲୋକେ କହିଛନ୍ତି।

ସ୍କ୍ଵାଡର୍ଣ୍ଣ ଲିଡର୍‌ ସମୀର ‘ବ୍ୟାଟ୍‌ମ୍ୟାନ୍‌’ ଆବ୍ରୋଲ୍‌ଙ୍କ ସାନଭାଇ ସୁଶାନ୍ତଙ୍କ ରଚିତ ଓ ସମୀରଙ୍କ ପତ୍ନୀ ଗରିମାଙ୍କ ଦ୍ୱାରା ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‍ ହୋଇଥିବା ଏକ କବିତାରୁ ତାଙ୍କ ପରିବାର, ବନ୍ଧୁ ଓ ସହକର୍ମୀଙ୍କ ଅସନ୍ତୋଷ ଓ ଦୁଃଖ ବାରି ହୋଇପଡୁଛି।

୨୦୧୫-୧୬ରୁ ଦୁର୍ଘଟନା କାରଣରୁ ଭାରତୀୟ ସଶସ୍ତ୍ରବାହିନୀ ୩୫ ରୁ ଅଧିକ ବିମାନ ଓ ହେଲିକପ୍ଟର୍‌ ହରାଇଛି ଏବଂ ଏଥିଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ଘଟିଛି। ଯଦି ୨୦୧୧ରୁ ହିସାବ କରାଯାଏ ତେବେ ଭାରତୀୟ ବାୟୁସେନା, ସେନା ଏବଂ ନୌସେନାର ୭୫ଟି ବିମାନ ଓ ହେଲିକପ୍ଟର୍‌ ଦୁର୍ଘଟନାଗ୍ରସ୍ତ ହୋଇଛି ଏବଂ ୮୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର