ହୋଟେଲ୍‌ରୁ ଛାତ୍ରଙ୍କ ଗଳିତ ଶବ ଉଦ୍ଧାର

ମୁମ୍ବାଇ : ମୁମ୍ବାଇର ଏକ ହୋଟେଲ୍‌ରୁ ଆଜି ପୁଲିସ ଜଣେ ଆଇଆଇଟି ଛାତ୍ରଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି। ତାଙ୍କ ନାମ ଜୟଦୀପ ସ୍ୱାଇଁ (୨୨)। ସେ ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ବିଭାଗରେ ଏମ୍‌ଟେକ୍‌ କରୁଥିଲେ। ଚଳିତବର୍ଷ ଜୁଲାଇରେ ସେ ନାମ ଲେଖାଇଥିଲେ। ମୃତଦେହ ନିକଟରୁ କିଛି ନିଶା ବଟିକା ମିଳିଥିବାରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। କିନ୍ତୁ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ପୁଲିସ ସୂଚନା ମୁତାବକ ସ୍ୱାଇଁଙ୍କ ପିତା ଭାରତୀୟ ଖାଦ୍ୟ ନିଗମର ଜଣେ କର୍ମଚାରୀ ହୋଇଥିବା ବେଳେ ଭଉଣୀ ଚେନ୍ନାଇରେ ରହୁଛନ୍ତି। ତେବେ ଅଗଷ୍ଟ ୩୧ରେ ସେ ହୋଟେଲ୍‌ରେ ରହିଥିଲେ। ଶେଷଥର ପାଇଁ ସେପ୍ଟେମ୍ବର ୧ରେ ସେ ହୋଟେଲ୍‌ କର୍ମଚାରୀଙ୍କ ସହ କଥା ହୋଇଥିଲେ।

ସମ୍ବନ୍ଧିତ ଖବର