ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଆଜି ଶକ୍ତ ଝଟ୍କା ଲାଗିଛି। ମୁମ୍ବାଇରେ ବେଆଇନ ନିର୍ମାଣ ପାଇଁ ବିଏମ୍ସି ପକ୍ଷରୁ ତାଙ୍କୁ ନୋଟିସ୍ ଜାରି ହୋଇଛି। ଅନ୍ଧେରୀ ସ୍ଥିତ ଓସିଓ୍ଵାରାରେ ଥିବା ତାଙ୍କ ଅଫିସ୍ ଏବଂ ଭଡ଼ାରେ ଦେଇଥିବା ଏକ ବାଣିଜ୍ୟିକ ସ୍ଥାନ ପରିସରରେ ବେଆଇନ ନିର୍ମାଣ ନେଇ ବିଏମ୍ସି ପକ୍ଷରୁ ତାଙ୍କୁ ନୋଟିସ୍ ଜାରି ହୋଇଛି। ଜଣେ କର୍ପୋରେଟରଙ୍କ ଅଭିଯୋଗକ୍ରମେ ଏହି ନୋଟିସ୍ କରାଯାଇଛି।