ଜୁନ୍ ୧ ତାରିଖ ସୁଦ୍ଧା କେରଳରେ ପହଞ୍ଚିବ ମୌସୁମୀ ବାୟୁ: ଭାରତୀୟ ପାଣିପାଗ ବିଭାଗ

କୋଚି: ଜୁନ୍ ୧ ତାରିଖ ସୁଦ୍ଧା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିବ ବୋଲି ଏଇମାତ୍ର ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଛି।

ମେ ୩୧ ତାରିଖ ଆଡ଼କୁ ଦକ୍ଷିଣପୂର୍ବ ଏବଂ ଆଖପାଖ ପୂର୍ବ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଏ ଭଳି ସୂଚନା ଦେଇଛି।

Image Source: India TV

ଗୁରୁବାର ସୁଦ୍ଧା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ ମାଳଦ୍ବୀପ କୋମୋରିନ୍ ଅଞ୍ଚଳ ଏବଂ ଦକ୍ଷିଣ ବଙ୍ଗୋପସାଗର ଆହୁରି କେତେକ ଅଞ୍ଚଳ, ଆଣ୍ଡାମାନ ସମୁଦ୍ରର ବାକି ଅଞ୍ଚଳ ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ପହଞ୍ଚିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଅଗ୍ରସର ହୋଇ ମାଳଦ୍ବୀପ-କୋମୋରିନ୍ ଅଞ୍ଚଳର ଆହୁରି ଅଧିକ ଅଞ୍ଚଳକୁ ଚାଲି ଆସିବ।

ପୂର୍ବରୁ ଭାରତୀୟ ପାଣିପାଗ କହିଥିଲା କି, ଜୁନ୍ ୬ ତାରିଖ ବେଳକୁ ମୌସୁମୀ ବାୟୁ କେରଳରେ ପହଞ୍ଚିବ। ଏହି ସମୟସୀମାରେ ଚାରି ଦିନ ଏପଟ ସେପଟ ହୋଇପାରେ।

ସମ୍ବନ୍ଧିତ ଖବର