ନାରୀ ସୁରକ୍ଷା ପାଇଁ ଅଧିକ ଧ୍ୟାନ ଦିଅ: ଆଇଏମ୍‌ଏଫ୍‌

ଓ୍ଵାସିଂଟନ: କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଅନ୍ତର୍ଜାଜୀୟସ୍ତରରେ ମଧ୍ୟ ଉଦ୍‌୍‌ବେଗ ପ୍ରକାଶ ପାଇଛି । ନାରୀ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ମୁଖ୍ୟ ଖ୍ରୀଷ୍ଟିନେ ଲାଗାର୍ଡେ କହିଛନ୍ତି। ସେ କହିଛନ୍ତି ଯେ, କଠୁଆ ଘଟଣା ଅତ୍ୟନ୍ତ ଘୃଣ୍ୟ ଓ ଚିନ୍ତାଜନକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ଏଥିପ୍ରତି ଦୃଷ୍ଟିଦେବେ ବୋଲି ସେ କହିଛନ୍ତି। ଗତ ଡାଭୋସ୍‌ ସମ୍ମଳିନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣରେ ଭାରତୀୟ ମହିଳାଙ୍କ ବିଷୟରେ କିଛି ନଥିବାରୁ ଏନେଇ ତାଙ୍କୁ ପ୍ରଶ୍ନ ମଧ୍ୟ କରାଯାଇଥିଲା ବୋଲି ସେ କହିଛନ୍ତି। ଲାଗାର୍ଡେ କହିଛନ୍ତି ଯେ, କଠୁଆ ମାମଲାରେ ଏହା ସମ୍ପୂର୍ଣ୍ଣ ଭାବରେ ତାଙ୍କର ବ୍ୟକ୍ତିଗତ ମତ। ଏଥିରେ ଆଇଏମ୍‌ଏଫ୍‌ର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ୩ ଦିନ ତଳେ ଜାତିସଂଘ ମହାସଚିବ ଆଣ୍ଟୋନିଆ ଗୁଟେରେସ୍‌ ମଧ୍ୟ କଠୁଆ ଓ ଉନ୍ନାଓ ମାମଲାରେ ଉଦ୍‌ବେଗ ପ୍ରକାଶ କରି ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦିଗରେ ଭାରତ ସରକାର ପଦକ୍ଷେପ ନେବା ଜରୁରୀ ବୋଲି କହିଥିଲେ।

ସମ୍ବନ୍ଧିତ ଖବର