ସାଉଦି କ୍ରାଉନ୍‌ ପ୍ରିନ୍ସଙ୍କ ବିମାନରେ ଆମେରିକା ପହଞ୍ଚିଲେ ଇମ୍ରାନ

ନ୍ୟୁୟର୍କ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ୭୪ତମ ଜାତିସଂଘ ସାଧାରଣ ଅଧିବେଶନରେ ଭାଗ ନେବାପାଇଁ ଆଜି ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସଙ୍କ ସ୍ବତନ୍ତ୍ର ବିମାନରେ ଆମେରିକା ପହଞ୍ଚିଛନ୍ତି। କଶ୍ମୀର ପ୍ରସଙ୍ଗରେ ସମର୍ଥନ ଲୋଡ଼ିବା ପାଇଁ ସାଉଦି ଗସ୍ତରେ ଥିବା ଇମ୍ରାନ ବାଣିଜ୍ୟିକ ବିମାନରେ ଯାତ୍ରା କରିଥାନ୍ତେ, କିନ୍ତୁ ସାଉଦି କ୍ରାଉନ୍‌ ପ୍ରିନ୍ସ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରି ନିଜର ସ୍ବତନ୍ତ୍ର ବିମାନରେ ଆମେରିକା ଗସ୍ତରେ ଯିବା ବ୍ୟବସ୍ଥା କରାଇଥିଲେ। ଇମ୍ରାନଙ୍କ ସହିତ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି, ଆର୍ଥିକ ପରାମର୍ଶଦାତା ହାଫିଜ୍‌ ଶେଖ୍‌ ମଧ୍ୟ ଯାଇଛନ୍ତି। ୨୭ ସେପ୍‌ଟେମ୍ବରରେ ଇମ୍ରାନ ୟୁଏନ୍‌ଜିଏରେ ଉଦ୍‌ବୋଧନ ଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର