ସେନା, ଆତଙ୍କବାଦୀ ପରିଚାଳିତ ପାକିସ୍ତାନ ସରକାରରେ ଇମ୍ରାନ ଖାଁ ଜଣେ ପିଅନ: ସୁବ୍ରମଣ୍ୟମ ସ୍ୱାମୀ

ଅଗରତଳା: ସେନା, ଆତଙ୍କବାଦୀ ଓ ଆଇଏସଆଇ ପରିଚାଳିତ ପାକିସ୍ତାନ ସରକାରରେ ଇମ୍ରାନ ଖାଁ ଜଣେ ଚପରାସୀ ବା ପିଅନ। ତାଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଇ ପାରେ, ମାତ୍ର ବାସ୍ତବରେ ତାଙ୍କ ସ୍ଥିତି ପିଅନ ଠାରୁ ଅନ୍ୟ କିଛି ନୁହେଁ ବୋଲି ଭାରତୀୟ ଜନତା ପାର୍ଟିର ବରିଷ୍ଟ ନେତା ସୁବ୍ରମଣ୍ୟମ ସ୍ୱାମୀ ଅଗରତଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପାକିସ୍ତାନକୁ ଗୁରୁୁତ୍ୱ ନ ଦେବକୁ ଭାରତୀୟ ରାଜନେତାଙ୍କୁ ପରାମର୍ଶ ଦେଇ ଶ୍ରୀ ସ୍ୱାମୀ କହିଛନ୍ତି ଯେ, ପାକିସ୍ତାନ ପାଇଁ ଗୋଟିଏ ସମାଧାନ ବାଟ ଅଛି। ପାକିସ୍ତାନକୁ ୪ ଭାଗରେ ଭାଗ କରି ଦିଆଯାଉ। ବଲୁଚି ପାକିସ୍ତାନର ଅଂଶ ହୋଇ ରହିବାକୁ ଚାହୁଁ ନାହିଁ, ସିନ୍ଧୀମାନେ ମଧ୍ୟ ପାକିସ୍ତାନ ସହିତ ରହିବାକୁ ଚାହୁଁ ନାହାଁନ୍ତି।ସେହିପରି ପସ୍ତୁନମାନେ ମଧ୍ୟ ପାକିସ୍ତାନର ଅଂଶ ହୋଇ ରହିବାକୁ ଚାହୁଁ ନ ଥିବାରୁ ପାକିସ୍ତାନକୁ ୪ ଭାଗରେ ଭାଗ କରି ଦିଆଯାଉ। ବଲୁଚି, ସିନ୍ଧ, ପସ୍ତୁନ ଆଉ ଅବଶିଷ୍ଟ ଭାବେ ବଳିଥିବା ପଶ୍ଚିମ ପଞ୍ଜାବ। ସେହିପରି ସୁଷମା ସ୍ୱରାଜଙ୍କ ମଳିତ ଜାତିସଂଘରେ ପାକିସ୍ତାନ ଟିପ୍ପଣୀ ଉପରେ ଶ୍ରୀ ସ୍ୱାମୀ କହିଛନ୍ତି ଯେ ଆମେ ପାକିସ୍ତାନକୁ ଗୁରୁତ୍ୱ ଦେବା ଉଚିତ ନୁହେଁ,। ଭାରତ ପାକିସ୍ତାନ ବିରୋଧରେ କିଛି କହିଲେ ପାକିସ୍ଥନ ନିଜର ଗୁରୁତ୍ୱ ବଢ଼ୁଥିବା ଭାବି ଏକ ମନସ୍ତାତ୍ୱିକ ଖୁସି ଅନୁଭବ କରୁଛି। ତେଣୁ ପାକିସ୍ତାନକୁ ସମ୍ପୂର୍ଣ୍ଣ ଏଡାଇ ଯିବା ଉଚିତ ବୋଲି ଶ୍ରୀ ସ୍ୱାମୀ କହିଛନ୍ତି।
ସେହିପରି ଭାରତ ବାଂଲାଦେଶକୁ ସହଯୋଗ କରିବା ଉଚିତ ବୋଲି କହିବା ସହିତ ବାଂଲାଦେଶରେ କେତେକ ପାଗଳ ଯେପରି ହିନ୍ଦୁ ମନ୍ଦିର ଭାଙ୍ଗି ମସଜିଦ କରୁଛନ୍ତି, ହିନ୍ଦୁଙ୍କୁ ବାଧ୍ୟ କରି ମୁସଲମାନ କରୁଛନ୍ତିି, ସେମାନଙ୍କୁ ରୋକିବା ଦିଗରେ ପ୍ରଧାନମନ୍ତ୍ରୀ ସେଖ ହାସିନା ପଦକ୍ଷେପ ନେବା ଉଚିତ। ଯଦି ବାଂଲାଦେଶ ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବନ୍ଦ ନ କରେ ତେବେ ଭାରତ ବାଂଲାଦେଶକୁ ଆକ୍ରମଣ କରି ଏହାକୁ ଅକ୍ତିଆର କରିନେବା ଉଚିତ ବୋଲି ତ୍ରିପୁରାର ସାଂସ୍କୃତିକ ଗୌରବ ସଂସ୍ଥାନର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଉପରେ ଶ୍ରୀ ସ୍ୱାମୀ ଏହା କହିଛନ୍ତି।

ସମ୍ବନ୍ଧିତ ଖବର