ଇମ୍ରାନ ଖାନଙ୍କୁ ନିଜ ଘର ଆଗରେ ମାଡ଼! ସତ୍ୟ ଉପରୁ ହଟିଲା ପରଦା

ନୂଆଦିଲ୍ଲୀ: ପୂର୍ବତନ ପାକିସ୍ଥାନୀ କ୍ରକେଟ୍‌ ତାରକା ତଥା ପାକିସ୍ଥାନୀ ରାଜନେତା ଇମ୍ରାନ ଖାନଙ୍କର ଏକ ଭିଡିଓ ନିକଟରେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି। ଏହା ଏବେ ଇଣ୍ଟର୍‌ନେଟ୍‌ରେ ହଲ୍ଳା ମଚାଇଛି। ‘ଇମ୍ରାନ ଖାନଙ୍କୁ ମାଡ଼’ ବୋଲି ଲେଖି ଅନେକ ଲୋକ ଏହି ଭିଡିଓକୁ ୟୁଟ୍ୟୁବ୍‌ରେ ପୋଷ୍ଟ୍‍ କରଛନ୍ତି। ଏହା ହ୍ଵାଟ୍‌ସଆପ୍‌, ଫେସବୁକ୍‌ ଆଦି ସୋସିଆଲ୍‌ ମିଡିଆରେ ଘୂରିବାକୁ ଏବେ ଘୂରିବାରେ ଲାଗିଛି। ମାତ୍ର ବାସ୍ତବ କଥା ଭିନ୍ନ। ଜାଣିବାକୁ ମିଳିଛି ଯେ ଇମ୍ରାନଙ୍କର ଏହି ଭିଡିଓ ଏବେକାର ନୁହେଁ। ଭିଡିଓଟି ଗତ ୨୦୧୩ ମସିହା ପାକିସ୍ଥାନ ନିର୍ବାଚନ ବେଳର। ସେ ନିର୍ବାଚନୀ ରାଲି ସମୟରେ ଖସି ପଡୁଛନ୍ତି। ତାଙ୍କୁ ଲୋକେ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲ୍‌ ନେଉଛନ୍ତି। ଉଲ୍ଳେଖଯୋଗ୍ୟ, ଖାନନିଜର ପ୍ଲେ ବଏ ଜୀବନ ଶୈଳୀ ପାଇଁ ବେଶ ଜଣାଶୁଣା।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ରକ୍ତ ଜର୍ଜରିତ ଇମ୍ରାନଙ୍କୁ ବୁହା ହୋଇ ନିଆଯାଉଛି। ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଅନେକ ବ୍ୟବହାରକାରୀ ପ୍ରଶ୍ନ ଉଠାଇଛନ୍ତି। ଇମ୍ରାନ ଖାନ ତାଙ୍କ ଘର ସମ୍ମୁଖରେ ବାସ୍ତବରେ ମାଡ଼ ଖାଉଛନ୍ତି କି? ବୋଲି ପ୍ରଶ୍ନ ଉଠିଛି। ଖାଲି ସେତିକି ନୁହେଁ ଇମ୍ରାନଙ୍କୁ ଗୁଳି କରାଯାଇ ହତ୍ୟା କରାଯାଇଛି ବୋଲି ଲେଖି କେତେକ ବ୍ୟବହାରକାରୀ ଟୁଇଟର୍‌ରେ ଭିଡିଓଟିକୁ ଅପ୍‌ଲୋଡ୍‌ କରିଛନ୍ତି। ଯଦିଓ ଘଟଣାଟି ଗୁଜବ ବୋଲି ଏବେ ଖବର ହସ୍ତଗତ ହୋଇଛି।

ସମ୍ବନ୍ଧିତ ଖବର