ନୂଆଦିଲ୍ଲୀ : ଭାରତ ସରକାରଙ୍କ ନାଗରିକତା ସଂଶୋଧନ ବିଲ୍-୨୦୧୯କୁ ସମାଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଏକ ଟ୍ଵିଟ୍ କରି ସେ ଲେଖିଛନ୍ତି ଯେ ଭାରତର ଲୋକସଭା ଦ୍ୱାରା ଗୃହୀତ ନାଗରିକତା ଆଇନକୁ ମୁଁ ନିନ୍ଦା କରୁଛି । ଏହା ସବୁ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନ ଓ ପାକିସ୍ତାନ ସହିତ ହୋଇଥିବା ଦ୍ୱିପାକ୍ଷିକ ରାଜିନାମାର ବିରୁଦ୍ଧାଚରଣ କରୁଛି । ଫାସିବାଦୀ ମୋଦୀ ସରକାର ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଆରଏସ୍ଏସ୍ର ହିନ୍ଦୁରାଷ୍ଟ୍ର ଡିଜାଇନକୁ ଏହା ପ୍ରମାଣିତ କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
We strongly condemn Indian Lok Sabha citizenship legislation which violates all norms of int human rights law & bilateral agreements with Pak. It is part of the RSS “Hindu Rashtra” design of expansionism propagated by the fascist Modi Govt. https://t.co/XkRdBiSp3G
— Imran Khan (@ImranKhanPTI) December 10, 2019
ତେବେ ଇମ୍ରାନଙ୍କ ଏହି ଟ୍ଵିଟର ଜବାବ ଏକ ଅଭିନବ ଢଙ୍ଗରେ ଦେଇଛନ୍ତି ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେ କୌଣସି ଶବ୍ଦ ନଲେଖି କେବଳ ତିନୋଟି ହସୁଥିବା ‘ଇମୋଜି’ ଅପଲୋଡ କରିଦେଇଛନ୍ତି । ଏହାକୁ ନେଇ ଟ୍ଵିଟରରେ ଲୋକମାନେ ନିଜର ହସ ରୋକିପାରିନାହାନ୍ତି ।
😂 🤣 😂 https://t.co/FJln4NJrfd
— Shivraj Singh Chouhan (@ChouhanShivraj) December 10, 2019
ଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି ‘ମାମାଜୀ ରକ୍ସ’ ।
ଆଉ ଜଣେ ଲେଖିଛନ୍ତି ଯେ ଇମ୍ରାନ ଖାଁ ମଧ୍ୟ ଏହିପରି ଏକ ନାଗରିକତା ସଂଶୋଧନ ବିଲ ଆଣି ଭାରତରେ ଭୟ ଓ ଅସହିଷ୍ଣତାର ବାତାବରଣ ମଧ୍ୟରେ ରହୁଥିବା ଲ୍ୟୁଟେନ୍ସ ଲୋକମାନଙ୍କୁ ନାଗରିକତା ଦେବେ ।
ଏହାର ଜବାବରେ ଶିବରାଜ ଲେଖିଛନ୍ତି ଯେ ଭାରତରେ କେହି ଆତଙ୍କରେ ରହୁନାହାନ୍ତି ।