ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କଶ୍ମୀର ସମସ୍ୟା ସମାଧାନ ନେଇ ଏହି କଥା କହିଥିଲେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ବାଜପେୟୀ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଖି ତାଙ୍କର ଅନୁଭୂତି ବଖାଣିଛନ୍ତି। ସେ ରାଜଧାନୀ ଇସ୍‌ଲାମାବାଦରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ତାଙ୍କୁ କହିଥିଲେ କି ଯଦି ୨୦୦୪ ମସିହାରେ ଭାରତରେ ବିଜେପି ସରକାର ଶାସନକୁ ଆସିଥାଆନ୍ତା ତେବେ କଶ୍ମୀର ସମସ୍ୟାର ସମାଧାନ ହୋଇ ଯାଇଥାଆନ୍ତା।

ଏଥିସହ ଇମ୍ରାନ୍‌ ଖାନ୍‌ କହିଛନ୍ତି କି ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂ ମଧ୍ୟ ଥରେ ସମାନ ମନ୍ତବ୍ୟ ଦେଇଥିଲେ। ଏହା ସ୍ପଷ୍ଟ କରୁଛି କି ଉଭୟ ଦେଶ ନିକଟରେ କଶ୍ମୀର ସମସ୍ୟାର ସମାଧାନ ଲାଗି ସୂତ୍ର ରହିଛି। ଏଥିଲାଗି ଭାରତ-ପାକିସ୍ତାନ ମଧ୍ୟରେ ସହମତି ଅସିବା ଦରକାର।

ଯେ ପର୍ଯ୍ୟନ୍ତ ଭାରତ-ପକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ନ ହୋଇଛି, ସେ ପର୍ଯ୍ୟନ୍ତ କଶ୍ମୀର ସମସ୍ୟାର ସମାଧାନକୁ ଦେଖି ଥିବା ବିଭିନ୍ନ ବିକଳ୍ପ ପ୍ରସଙ୍ଗ ଉତ୍‌ଥାପିତ ହୋଇପାରିବ ନାହିଁ।

ଆପଣଙ୍କ ପାଖରେ କାଶ୍ମୀର ସମସ୍ୟାର ସମାଧାନ ଲାଗି କୌଣସି ସୂତ୍ର ରହିଛି କି? ସାମ୍ବାଦିକଙ୍କ ପ୍ରଶ୍ନ ଉତ୍ତରରେ ହଁ, ଦୁଇ/ତିନୋଟି ବିକଳ୍ପ ଅଛି ବୋଲି ଇମ୍ରାନ୍‌ କହିଛନ୍ତି। ତେବେ ଏ ରିପୋର୍ଟରେ ସବିଶେଷ କହିବା ବର୍ତ୍ତମାନ ଠିକ୍‌ ହେବ ନାହିଁ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର