ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ଇମ୍ରାନ ଖାଁ

ଇସ୍‌ଲାମାବାଦ୍‌: ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଦିନ ଇମ୍ରାନ୍‌ ଖାଁ ଶପଥ ଗ୍ରହଣ କରିଛନ୍ତି। ଇସ୍‌ଲାମାବାଦସ୍ଥିତ ପ୍ରେସିଡେଣ୍ଟ୍‌ ହାଉସ୍‌ରେ ନିରାଡମ୍ବର ଉତ୍ସବରେ ଖାଁ ଶପଥ ଗ୍ରହଣ କରିଛନ୍ତି।

କଳା ଶେର୍‌ଓ୍ଵାନି ପିନ୍ଧି ଇମ୍ରାନ୍‌ ଶପଥ ଗ୍ରହଣ ଉତ୍ସବକୁ ଆସିଥିଲେ। ପତ୍ନୀ ବସ୍ରା ମାନେକା ମଧ୍ୟ ଉତ୍ସବସ୍ଥଳରେ ଉପସ୍ଥିତ ଥିଲେ।
ଏହି ଉତ୍ସବରେ ଭାରତର ନବଜୋତ୍‌ ସିଂହ ସିଧୁ ମଧ୍ୟ ଯୋଗ ଦେଇଥିଲେ।

୧୯୯୬ରେ ଖେଳରୁ ସନ୍ନ୍ୟାସ ନେବା ପରେ ପାକିସ୍ତାନରେ ଜନସମର୍ଥନ ପାଇ ଶାସନ କ୍ଷମତାକୁ ଆସିବାକୁ ପୂର୍ବତନ କ୍ରିକେଟ୍‌ ଖେଳାଳି ଇମ୍ରାନ୍‌ଙ୍କୁ ୨୨ ବର୍ଷ ସଂଗ୍ରାମ କରିବାକୁ ପଡ଼ିଛି। ୧୯୯୨ରେ ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନ କ୍ରିକେଟ ଦଳ ବିଶ୍ୱ କପ୍‌ ଜିଣିବା ପରେ ଇମ୍ରାନ୍‌ ଆନ୍ତର୍ଜାତିକସ୍ତରରେ ସେଲିବ୍ରିଟି ପାଲଟି ଯାଇଥିଲେ।

ଗତ ମାସରେ ସେ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିଲେ। ତାଙ୍କ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରି ନ ପାରିବାରୁ ଗତକାଲି ପାକିସ୍ତାନର ପାର୍ଲାମେଣ୍ଟ୍‌ରେ ହୋଇଥିବା ଆସ୍ଥାଭୋଟ୍‌ରେ ଜିଣିଥିଲେ।

ସମ୍ବନ୍ଧିତ ଖବର