ଇସ୍ଲାମାବାଦ୍: ଶାସନର ପ୍ରଥମ ବର୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ଋଣ କରିବାରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ସାରିଲାଣି। ସରକାରୀ ତଥ୍ୟ ଅନୁସାରେ, ଦେଶର ସମସ୍ତ ଋଣ ଉପରେ ବର୍ତ୍ତମାର ସରକାର ତାଙ୍କ ଶାସନର ପ୍ରଥମ ବର୍ଷରେ ଆହୁରି ୭, ୫୦୯ ବିଲିୟନ୍ ଟଙ୍କା (ପାକିସ୍ତାନୀ ମୁଦ୍ରାରେ) ବଢ଼ାଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପାକିସ୍ତାନର ଷ୍ଟେଟ୍ ବ୍ୟାଙ୍କ୍ ପଠାଇଥିବା ଋଣ ତଥ୍ୟକୁ ଆଧାର କରି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଏହି ରିପୋର୍ଟ ପ୍ରକାଶ କରିଛି।
ଅଗଷ୍ଟ ୨୦୧୮ରୁ ଅଗଷ୍ଟ ୨୦୧୯ ମଧ୍ୟରେ ସରକାର ବିଦେଶ ସୂତ୍ରରୁ ୨, ୮୦୪ ବିଲିୟନ୍ ଟଙ୍କା ଓ ଘରୋଇ ସୂତ୍ରରୁ ୪, ୭୦୫ ବିଲିୟନ୍ ଟଙ୍କା ଋଣ କରିଛନ୍ତି।
Image Source: South China Morning Postଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ପାକିସ୍ତାନର ଡାଟା ଅନୁସାରେ, ଚଳିତ ଆର୍ଥିକ ବର୍ଷର ମାତ୍ର ଦୁଇ ମାସ ମଧ୍ୟରେ ପାକିସ୍ତାର ସର୍ବସାଧାରଣ ଋଣରେ ୧. ୪୩% ହଠାତ୍ ବୃଦ୍ଧି ପାଇଥିବା ଦେଖାଯାଇଥିଲା। ଗତବର୍ଷ ଅଗଷ୍ଟ ମାସରେ ସଂଘୀୟ ସରକାରଙ୍କର ଋଣ ୨୪, ୭୩୨ ବିଲିୟନ ଟଙ୍କା ଥିବା ବେଳେ ଏଥର ତାହା ୩୨, ୨୪୦ ବିଲିୟନ ଟଙ୍କାରେ ପହଞ୍ଚିଛି।
ଟିକସ ଆଦାୟ ବାବଦ ଲକ୍ଷ୍ୟ ୧ ଟ୍ରିଲିୟନ୍ ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଚଉଠରେ ସରକାରଙ୍କର ଟିକସ ଆଦାୟ ଥିଲା ୯୬୦ ବିଲିୟନ୍ ଟଙ୍କା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Imran-1.jpg)