ପାକିସ୍ତାନ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଇମ୍ରାନ୍ ଖାନ୍

ଇମ୍ରାନ ଖାନ୍‌ଙ୍କ ଶପଥ ଗ୍ରହଣ ଘୁଞ୍ଚିଲା

ଇସଲାମାବାଦ: ପାକିସ୍ତାନ ତେହରିକ୍‌ -ଇ-ଇନସାଫ୍‌ର ମୁଖ୍ୟ ଇମ୍ରାନ୍‌ ଖାନ୍‌ ଶନିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଇମ୍ରାନ୍‌ ଖାନ୍‌ ଆଜି ଶପଥ ନେବେ ନାହିଁ ବୋଲି ଖବର ପ୍ରକାଶ ପାଇଛି। ସେ ପାକିସ୍ତାନର ସ୍ୱାଧୀନତା ଦିବସ ଅଗଷ୍ଟ ୧୪ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଅନୁମାନ କରାଯାଇଛି।

ପାକିସ୍ତାନୀ ଖବରକାଗଜ ‘ଡନ୍‌’ ଦେଶର କାମଚଳା ଆଇନ ମନ୍ତ୍ରୀ ଅଲ୍ଲୀ ଜାଫରଙ୍କୁ ଏ ନେଇ ପଚରାଯାଇଥିବା ଓ ସେ ଅଗଷ୍ଟ ୧୪ରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି କହିଥିବା ପ୍ରକାଶ କରିଛି। ପ୍ରକାଶିତ ଖବର ଅନୁସାରେ, ନବ ନିର୍ବାଚିତ ନ୍ୟାସନାଲ୍‌ ଆସେମ୍ଲିର ପ୍ରଥମ ବୈଠକ ଅଗଷ୍ଟ ୧୧ କିମ୍ବା ୧୨ରେ ଅନୁଷ୍ଠିତ ହେବ। ଏହି ଅଧିବେଶନର ନିର୍ବାଚିତ ସଦସ୍ୟାମାନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବେ। ଏହାପରେ ଅଗଷ୍ଟ ୧୪ରେ ନୂଆ ପ୍ରଧାନମନ୍ତ୍ରୀ ଶପଥ ନେବେ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ କି, ଅନ୍ୟ ପକ୍ଷରେ ପାକିସ୍ତାନର ବିରୋଧୀ ଦଳ ଏକାଠି ହୋଇ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଲାଗି ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର