ଭାରତ ସହ ଶାନ୍ତି କଥାବାର୍ତ୍ତା ପ୍ରସଙ୍ଗ, ଇମ୍ରାନ୍‌ଙ୍କୁ ବିରୋଧୀ ଦଳର ଭର୍ତ୍ସନା

ଇସ୍‌ଲାମାବାଦ: ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ ପାଇବାକୁ ନେଇ ଦେଶର ପ୍ରମୁଖ ବିରୋଧୀ ଦଳ ତାଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଭାରତକୁ ଶାନ୍ତି ଆଲୋଚନା ପ୍ରସ୍ତାବ ଦେବା ପୂର୍ବରୁ ଏ ନେଇ ବ୍ୟାପକ ପ୍ରସ୍ତୁତି କରିବାର ଥିଲା। କିନ୍ତୁ ଇମ୍ରାନ୍‌ ସରକାର ସେଭଳି କିଛି କରିନାହାନ୍ତି। ଅତି ତରବରିଆ ଭାବେ ଚିଠି ଲେଖାଯାଇ ସରକାର ନିଜ ଅପାରଗତାର ପରିଚୟ ଦେଇଛନ୍ତି। ଏହାଦ୍ୱାରା ଦେଶ କୂଟନୈତିକ ସମସ୍ୟାର ସମ୍ମୁଖୀନ ହୋଇପାରେ ବୋଲି ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ଵାଜ (ପିଏମ୍‌ଏଲ୍‌-ଏନ୍‌) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପକ୍ଷରୁ କୁହାଯାଇଛି। ପୂର୍ବତନ ବିଦେଶ ମନ୍ତ୍ରୀ ତଥା ପିଏମ୍‌ଏଲ୍‌-ଏନ୍‌ ବିଧାୟକ ଖ୍ଵାଜା ମହମ୍ମଦ ଆସିଫ୍‌ ଇମ୍ରାନ୍‌ଙ୍କୁ ସମାଲୋଚନା କରି କହିଛନ୍ତି, ସରକାର ନିଜ ଆଡୁ ଏତେ ଶୀଘ୍ର ଶାନ୍ତି ଆଲୋଚନା ପ୍ରସ୍ତାବ ଦେବାର ନଥିଲା।

ସମ୍ବନ୍ଧିତ ଖବର