ଇମ୍ରାନ୍‌ କଶ୍ମୀର ପାଇଁ ଅଧିକ କିଛି କରନ୍ତୁ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କଶ୍ମୀର ପାଇଁ ଅଧିକ କିଛି କରିବାର ଆବଶ୍ୟକତା ରହିଛି। କଶ୍ମୀରବାସୀଙ୍କୁ ନେଇ କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଦେଶ ପକ୍ଷରୁ ଉଦ୍ୟମ କରାଯାଉ ବୋଲି କ୍ରିକେଟ ତାରକା ଶାହିଦ୍‌ ଆଫ୍ରିଦି କହିଛନ୍ତି। ତାଙ୍କର ଆତ୍ମଜୀବନୀ ‘ଗେମ୍‌ ଚେଞ୍ଜର୍‌’ର ଉନ୍ମୋଚନ ସମାରୋହରେ, ଇମ୍ରାନ୍‌ଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଆଫ୍ରିଦି ପ୍ରଶଂସା କରିଛନ୍ତି। କର୍ତ୍ତାରପୁର କରିଡୋର୍‌ ନିର୍ମାଣ ଏବଂ ଭାରତର ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କୁ ମୁକ୍ତି କରିବାର ଘଟଣାକୁ ସେ ଉଦାହରଣ ସ୍ୱରୂପ ଉପସ୍ଥାପନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋଦୀଙ୍କ ଠାରୁ ଇମ୍ରାନ୍‌ ଅଧିକ କୋହଳ। ଏହା ଇମ୍ରାନ୍‌ ପ୍ରମାଣ କରିସାରିଛନ୍ତି ବୋଲି ଆଫ୍ରିଦି କହିଛନ୍ତି।

ସମ୍ବନ୍ଧିତ ଖବର