ଶପଥଗ୍ରହଣକୁ ବିଦେଶୀ ନେତାଙ୍କୁ ନିମନ୍ତ୍ରଣ କରିବେ ନାହିଁ ଇମ୍ରାନ, ସିଦ୍ଧୁ ନିରାଶ

ନୂଆଦିଲ୍ଲୀ : କ୍ରିକେଟିୟରରୁ ରାଜନେତା ବନିଥିବା ଇମ୍ରାନ ଖାଁ ପାକିସ୍ତାନର ପରବର୍ତ୍ତି ପ୍ରଧାନମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଗୋଟିଏ ବଡ଼ ଚର୍ଚ୍ଚା ହେଲା ସପଥ ଗ୍ରହଣକୁ ସେ ମୋଦି ଓ ଅନ୍ୟ ସାର୍କ ନେତାଙ୍କୁ ଡାକିବେ ନା ନାହିଁ । ଆହୁରି ମଧ୍ୟ ଖବର ପ୍ରକାଶ ପାଇଲା ଯେ ସେ ଭାରତରୁ ନିଜ ସମସାମୟିକ କ୍ରିକେଟ ଖେଳାଳୀ କପିଳଦେବ, ସୁନୀଲ ଗାଭାସ୍କର, ନବଜ୍ୟୋତ ସିଂ ସିଦ୍ଧୁ ଓ ବଲିଉଡ ସୁପରଷ୍ଟାର ଅମୀର ଖାଁଙ୍କୁ ଡାକିବେ ବୋଲି । ଏପରିକି ସିଦ୍ଧୁୁ ନିମନ୍ତ୍ରଣ ମିଳିଛି ଓ ସେ ତାକୁ ଗ୍ରହଣ କରିଥିବା ସ୍ୱୀକାର କରିଛନ୍ତି ବୋଲି ଗଣମାଧ୍ୟମରେ କହିସାରିଲେଣି ।

କିନ୍ତୁ ଆଜି ଖବର ଆସିଛି ଯେ ଇମ୍ରାନ ଖାଁ କୌଣସି ବିଦେଶୀ ନେତାଙ୍କୁ ଡାକିବେ ନାହିଁ । ନିଜର ଶପଥ ଗ୍ରହଣ ଉତ୍ସବକୁ ଯଥସମ୍ଭବ ସରଳ ଓ ନିରାଡମ୍ବର କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କୌଣସି ବିଦେଶୀ ନେତା ଓ ସେଲିବ୍ରିଟିଙ୍କୁ ଡକାଯିବ ନାହିଁ । କେବଳ ଇମ୍ରାନ ନିଜର କିଛି ଘନିଷ୍ଠ ବନ୍ଧୁଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପାକିସ୍ତାନି ଖବରକାଗଜ ଡନ ପ୍ରକାଶ କରିଛି । ଇମ୍ରାନଙ୍କ ଏହି ନିଷ୍ପତ୍ତି ଫଳରେ ମୋଦିଙ୍କ ସମ୍ଭାବ୍ୟ ପାକିସ୍ତାନ ଗ୍ରସ୍ତ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ହୋଇଛି ।

ସମ୍ବନ୍ଧିତ ଖବର