ଦୁଷ୍କର୍ମ ମାମଲା ରୋକା ଯାଇ ପାରିବ ନାହିଁ: କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗ୍‌ଓ୍ଵାର୍‌ଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ଆଜି ଏକ ବିବାଦୀୟ ମନ୍ତବ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର୍‌ କହିଛନ୍ତି ଯେ ଭାରତ ଭଳି ବଡ଼ ଦେଶରେ ଗୋଟିଏ ବା ଦୁଇଟି ଦୁଷ୍କର୍ମ ମାମଲାକୁ ପ୍ରଘଟ କରିବା ଅନୁଚିତ।

ସେ କହିଛନ୍ତି: ଏ ଭଳି ଘଟଣା ଦୁଃଖଦାୟକ। ସେ ଯାହାହେଉ, ବେଳେ ବେଳେ ସେ ସବୁକୁ ରୋକି ହୁଏ ନାହିଁ। ସରକାର ସବୁଆଡ଼େ ଜାଗ୍ରତ, ତଦନ୍ତ ଚାଲିଛି। ଭାରତ ଭଳି ଏ ବଡ଼ ରାଷ୍ଟ୍ରରେ ଗୋଟିଏ ବା ଦୁଇଟି ଦୁଷ୍କର୍ମ ମାମଲାକୁ ପ୍ରଘଟ କରାଯିବା ଅନୁଚିତ।

ଗଙ୍ଗ୍‌ଓ୍ଵାର୍‌ ଜଣେ ବିଜେପି ସଦସ୍ୟ ଏବଂ ସେ ଶ୍ରମ ଓ କର୍ମନିୟୋଜନ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)।

ଦୁଷ୍କର୍ମ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଶାସକ ଦଳର ନେତା ଦେଇଥିବା ଏହା ପ୍ରଥମ ମନ୍ତବ୍ୟ ନୁହେଁ। ପୂର୍ବରୁ ଉନ୍ନାଓ ଦୁଷ୍କର୍ମ ମାମଲାରେ ଉତ୍ତର ପ୍ରଦେଶ ବୈରିଆର ବିଜେପି ସାଂସଦ ସୁରେନ୍ଦ୍ର ସିଂହ ମଧ୍ୟ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସମାଲୋଚନାର ସରବ୍ୟ ହୋଇଥିଲେ। ସେ କହିଥିଲେ: ମୁଁ ମାନସିକ ଦୃଷ୍ଟିରୁ କହୁଛି; ତିନିଟି ପିଲାର ମାଆଙ୍କ ସହ କେହି ଦୁଷ୍କର୍ମ କରି ପାରିବେ ନାହିଁ। ଏହା ସମ୍ଭବ ନୁହେଁ, ଏହା କୁଳଦୀପ ସିଂହ ସେଙ୍ଗାରଙ୍କ ବିରୋଧରେ ଗୋଟାଏ ଷଡ଼ଯନ୍ତ୍ର।

ସମ୍ବନ୍ଧିତ ଖବର