ଇକୋନୋମିକ୍ସରେ ନୋବେଲ୍‌ ବିଜେତାଙ୍କୁ ଶୁଭେଚ୍ଛା ଦେଲେ, ‘ମୋଦୀନୋମିକ୍ସ’କୁ ନିନ୍ଦା କଲେ ରାହୁଲ୍‌

ନୂଆଦିଲ୍ଲୀ: ନୋବେଲ୍‌ ପୁରସ୍କାର ପାଇଁ ନାମ ଘୋଷଣା ହେବା ପରେ ଭାରତ-ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ୍‌ ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଥଟ୍ଟା କରିଛନ୍ତି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଦେଶର ଆର୍ଥିକ ନୀତିକୁ ନାପସନ୍ଦ କରି ରାହୁଲ ପୂର୍ବରୁ ମଧ୍ୟ ଅନେକ ଥର ମୋଦୀ ବିରୋଧୀ ମତ ରଖିଛନ୍ତି। ଏଥର କହିଛନ୍ତି କି ‘ମୋଦୀନୋମିକ୍ସ’ ଦେଶର ଅର୍ଥନୀତିକୁ ଧ୍ୱଂସ କରୁଛି।

ଟ୍ଵିଟ୍‌ରରେ ସେ ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ‘ଇକୋନୋମିକ୍ସ(ଅର୍ଥନୀତି)ରେ ନୋବେଲ୍‌ ପୁରସ୍କାର ଜିତିଥିବାରୁ ଅଭିଜିତ୍‌ ବାନାର୍ଜୀଙ୍କୁ ଶୁଭେଚ୍ଛା। ଅଭିଜିତ୍‌ ‘ନ୍ୟାୟ’ର ଅବଧାରଣକୁ ସାହାଯ୍ୟ କରିଛନ୍ତି। ଯାହାକି ଗରିବୀକୁ ହଟାଇ ଭାରତୀୟ ଅର୍ଥନୀତିକୁ ଦୃଢ଼ କରିବାର ଲକ୍ଷ୍ୟରେ ଆରମ୍ଭ ହୋଇଛି। ଆମପାଖରେ ଥିବା ‘ମୋଦୀନୋମିକ୍ସ’ ଗରିବୀକୁ ବଢ଼ାଉଥିବା ସହ ଭାରତୀୟ ଅର୍ଥବ୍ୟବସ୍ଥାକୁ ନଷ୍ଟ
କରୁଛି।’

ସମ୍ବନ୍ଧିତ ଖବର