ଆପ୍‌କୁ ନେଇ କଂଗ୍ରେସରେ ମତଭେଦ ବଢ଼ୁଛି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଥିବାରୁ ଏବେ ଏଥିପାଇଁ ବୁଥ୍‌ କାର୍ଯ୍ୟକର୍ତ୍ତାଙ୍କ ମତାମତ ଲୋଡ଼ିଛନ୍ତି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ। ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସହିତ ମେଣ୍ଟ କରାଯିବ କି ନାହିଁ ସେ ନେଇ ଚାଲିଥିବା ସର୍ଭେ ଯୋଗୁଁ ଅନେକ ବରିଷ୍ଠ ନେତା ଏହାର ଖୋଲାଖୋଲି ବିରୋଧ କରିଛନ୍ତି। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶିଲା ଦିକ୍ଷୀତ ମଧ୍ୟ ଏହାକୁ ବିରୋଧ କରୁଥିବା ଜଣାପଡ଼ିଛି। ଶିଲା ଆଜି କହିଛନ୍ତି ଏଭଳି ସର୍ଭେ କିଏ ଓ କାହିଁକି କରୁଛି ମୁଁ ଜାଣିନାହିଁ। କଂଗ୍ରେସ ନେତା ଅଜୟ ମାକେନ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ ଚାହୁଥିବା ବେଳେ ଶିଲା ଏବଂ ତାଙ୍କ ସମର୍ଥକମାନେ ଏଭଳି ମେଣ୍ଟକୁ ଜୋର୍‌ଦାର ବିରୋଧ କରୁଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି ଆଦୌ ଭରସାଯୋଗ୍ୟ ନୁହେଁ ବୋଲି ଅନେକ କଂଗ୍ରେସ ନେତା ଯୁକ୍ତି କରୁଥିବା କେଜ୍ରିୱାଲ ମଧ୍ୟ କଂଗ୍ରେସକୁ ବିଜେପିର ବି ଟିମ୍‌ ବୋଲି କହି ସମାଲୋଚନା କରୁଛନ୍ତି।

ସମ୍ବନ୍ଧିତ ଖବର