ମୁମ୍ବାଇରୁ ଦିିଲ୍ଲୀ ହାର୍ଟ ଆଣିବାକୁ ଲାଗିଲା ଅଢ଼େଇ ଘଣ୍ଟା, ୫୩ ବର୍ଷୀୟା ମହିଳାଙ୍କ ଦେହରେ ଲାଗିବ ୪୨ ବର୍ଷିଅ ବ୍ୟକ୍ତିଙ୍କ ହାର୍ଟ

ମୁମ୍ବାଇ: ମୁମ୍ବାଇର ଜଣେ ୪୨ ବର୍ଷିଅ ବ୍ୟକ୍ତିଙ୍କଠାରୁ ମଙ୍ଗଳବାର ହାର୍ଟ ସଂଗ୍ରହ କରାଯାଇ ଆକାଶପଥରେ ସୃଷ୍ଟି କରାଯାଇଥିବା ଗ୍ରୀନ୍‌ କରିଡର୍‌ ଦ୍ୱାରା ଦିଲ୍ଳୀର ଏକ ହସ୍ପିଟାଲ୍‌ରେ ପହଞ୍ଚା ଯାଇଛି। ମୁମ୍ବାଇରୁ ଦିଲ୍ଲୀ ପ୍ରାୟ ୧,୧୦୦ କିଲୋମିଟର୍‌ରୁ ଊର୍ଧ୍ୱ ରାସ୍ତା ହୋଇଥିବା ବେଳେ ଏହି ହାର୍ଟଟିକୁ ହସ୍ପିଟାଲ୍‌ରେ ପହଞ୍ଚାଇବା ପାଇଁ ମାତ୍ର ଅଢ଼େଇ ଘଣ୍ଟା ସମୟ ଲାଗିଛି। ସେହି ହାର୍ଟଟିକୁ ଜଣେ ୫୩ ବର୍ଷୀୟା ମହିଳାଙ୍କ ଦେହରେ ଲଗାଯିବା ପାଇଁ ଅଣାଯାଇଥିଲା। ମହିଳାଙ୍କର ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ଏହି ଗ୍ରୀନ୍‌ କରିଡର୍‌ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ହାର୍ଟ ସ୍ଥାନାନ୍ତର ପାଇଁ ସୃଷ୍ଟି କରାଯାଇଥିଲା।

ଡାଇଲେଟେଡ୍‌ କାର୍ଡିଓମ୍ୟପାଥି ରୋଗରେ ଆକ୍ରାନ୍ତ ଉକ୍ତ ୫୩ ବର୍ଷୀୟା ମହିଳାଙ୍କ ନିଜ ହାର୍ଟ ଧୀରେ ଧୀରେ ଆକାମୀ ହୋଇ ଯାଉଥିବା ଲକ୍ଷ୍ୟ କରାଯିବା ପରେ ତାଙ୍କ ଶରୀରରେ ଆଉ ଏକ ହାର୍ଟ ଖଞ୍ଜିବା ଆବଶ୍ୟକ ଅନୁଭୂତ ହୋଇଥିଲା। ମହିଳାଙ୍କ ଅସ୍ତ୍ରୋପଚାର ଏଫ୍‌ଇଏଚ୍‌ଆଇର କାର୍ଡିଓ ଥୋରାସିକ୍‌ ଭାସ୍‌କୁଲାର ସର୍ଜରି ନିର୍ଦ୍ଦେଶକ ଜେ ଏସ୍‌ ମେହେର୍‌ଓ୍ଵାଲଙ୍କ ଅଧୀନରେ ଏକ ଟିମ୍‌ ଦ୍ୱାରା କରାଯାଉଛି।

ହାର୍ଟ ଦାନ କରୁଥିବା ବ୍ୟକ୍ତି ଜଣକ ମୁମ୍ବାଇର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୁମ୍ବାଇର ଗ୍ଲୋବାଲ୍‌ ହସ୍ପିଟାଲ୍‌ରେ ତାଙ୍କର ବ୍ରେନ୍‌ ଡେଡ୍‌ ବୋଲି ମଧ୍ୟ ଘୋଷଣା କରାଯାଇଛି। ତାଙ୍କ ହାର୍ଟକୁ ମୁମ୍ବାଇରୁ ଦିଲ୍ଲୀ କରିଡାର ଯୋଗେ ଅଣାଯାଇଛି।

ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏଫ୍‌ଇଏଚ୍‌ଆଇ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଆଉ ଏକ କରିଡର୍‌ ରହିଛିି। ବିମାନ ବନ୍ଦରରୁ ୨୩ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ମାତ୍ର ସମୟ ଲାଗିଥିଲା ୨୩ ମିନିଟ୍‌।

ସମ୍ବନ୍ଧିତ ଖବର