ମୁମ୍ବାଇ: ଏପ୍ରିଲ ୨୨ ତାରିଖରେ ମହାରାଷ୍ଟ୍ରରେ ମୋଟ୍ ସଂକ୍ରମଣ ମାମଲା ୫,୬୪୯ ଥିଲା। କିନ୍ତୁ ସେତେବେଳେ ମୃତ୍ୟୁହାର ୪.୭୬ ପ୍ରତିଶତ ଥିଲା। ଅନ୍ୟପକ୍ଷେ ମେ' ୨୧ ତାରିଖରେ ମହାରାଷ୍ଟ୍ରରେ ମୋଟ୍ ସଂକ୍ରମଣ ମାମଲା ୪୧ ହଜାର ୬୪୨ ଥିବାବେଳେ ମୃତ୍ୟୁହାର ୪.୭୬ ପ୍ରତିଶତରୁ ୩.୪୯ ପ୍ରତିଶତକୁ କମିଯାଇଛି। ଶନିବାର ଦିନ ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୪ ହଜାର ୫୮୨ ରହିଛି ଏବଂ ମୃତ୍ୟୁସଂଖ୍ୟା ୧୫୧୭ ରହିଛି। ଏଥିସହ ମହାରାଷ୍ଟ୍ରରେ ମୃତ୍ୟୁହାର ୩.୪୦ ପ୍ରତିଶତକୁ କମିଯାଇଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ମୃତ୍ୟୁ ହାର ୨୨ ତାରିଖରେ ୪.୭୬ ପ୍ରତିଶତ ଥିବାବେଳେ ୨୬ରେ ୪.୨୪ ପ୍ରତିଶତ, ଏପ୍ରିଲ ୩୦ରେ ୪.୩୭ ପ୍ରତିଶତ, ମେ' ୧ରେ ୪.୨୨ ପ୍ରତିଶତ, ମେ' ୯ରେ ୩.୮୫ ପ୍ରତିଶତ, ମେ' ୧୪ରେ ୩.୭ ପ୍ରତିଶତ, ମେ' ୧୬ରେ ୩.୬୨ ପ୍ରତିଶତ ଏବଂ ମେ' ୨୧ରେ ୩.୪୯ ପ୍ରତିଶତ ରହିଥିଲା। ସେହିପରି ଏପ୍ରିଲ ୨୨ରେ ଟେଷ୍ଟିଂ ୮୯ ହଜାର ଥିବାବେଳେ ଏବେ ଏହା ୩.୨୨ ଲକ୍ଷରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/coronavirus-1-2.jpg)