ସଂକ୍ଷେପରେ

ଶିଳ୍ପପତି ମୁକେଶ ଅମ୍ବାନି ଆଜି ବଦ୍ରିନାଥ ଧାମ ଦର୍ଶନ କରି ଝିଅ ଈଶା ଅମ୍ବାନିଙ୍କ ବିବାହ ନିମନ୍ତ୍ରଣ କାର୍ଡ ଅର୍ପଣ କ‌ରିଛନ୍ତି। ମନ୍ଦିର କମିଟିକୁ ଦୁଇଟି ଇନୋଭା ଗାଡ଼ି ପ୍ରଦାନ କରିଛନ୍ତି।
ଦୀପାବଳି ପୂର୍ବରୁ ଦିଲ୍ଲୀର ପ୍ରଦୂଷଣ ମାତ୍ରା ଅଧିକ ଉତ୍କଟ ହୋଇଛି। ଦୀପାବଳି ସୁଦ୍ଧା ସ୍ଥିତି ଆହୁରି ଖରାପ ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ତ୍ରିପୁରା ରାଜ୍ୟ ସରକାର ନିଜ ଛୁଟିଦିନ ତାଲିକାରୁ ମଇ ଦିବସକୁ ବାଦ୍‌ ଦେବାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।
ମହାରାଷ୍ଟ୍ରରେ ୧୩ ଜଣଙ୍କୁ ମାରିଥିବା ବାଘୁଣୀ ଅବନୀର ହତ୍ୟାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବା ବେଳେ କେନ୍ଦ୍ର ପରିବେଶ ମନ୍ତ୍ରୀ ହର୍ଷ ବର୍ଦ୍ଧନ ତାଙ୍କୁ ଜବାବ ଦେଇଛନ୍ତି। ରାହୁଲଙ୍କଠାରୁ ପ୍ରମାଣପତ୍ର ନେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।
ଜମ୍ମୁ କଶ୍ମୀରର କିସ୍ତୱାର ଜିଲ୍ଲାରେ ପଞ୍ଚମ ଦିନ ପାଇଁ କର୍ଫ୍ୟୁ ବଳବତ୍ତର ରହିଛି।
ବରିଷ୍ଠ ବିଜେପି ନେତା ଅନୀଲ ପରିହର ଏବଂ ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ ଆଜି କହିଛନ୍ତି।
ପୁଡୁଚେରୀର ନାଳନର୍ଦ୍ଦମାରେ ଅଳିଆ ଆବର୍ଜନା ଫିଙ୍ଗୁଥିବା ଲୋକମାନଙ୍କୁ ଉପରାଜ୍ୟପାଳ କିରନ୍ ବେଦୀ ଆଜି ଚୂଡ଼ାନ୍ତ ସତର୍କବାଣୀ କରିଛନ୍ତି। ଏଣିକି ଦୈନିକ ୧୦୦ ଜଣଙ୍କ ଉପରେ ଜୋରିମାନା ଲାଗୁ କରାଯିବ ବୋଲି ସେ କହିଛନ୍ତି।
ଅତ୍ୟଧିକ ପ୍ରତିଯୋଗିତା ଯୋଗୁ ଏକ ନିର୍ଦ୍ଦିଷ୍ଟ ଶିଳ୍ପ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଉପୁଜିଥାଏ। ଦ୍ରୁତ ଅଭିବୃଦ୍ଧିଶୀଳ ବଜାରରେ ଏହା ଆହ୍ବାନ ସଦୃଶ ହୋଇଥାଏ ବୋଲି ଭାରତୀୟ ପ୍ରତି‌ଯୋଗିତା ଆୟୋଗ (ସିସିଆଇ) ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି।

ସମ୍ବନ୍ଧିତ ଖବର