ଭିଏତ୍‌ନାମ୍‌ରେ ‘ଡାମ୍‌ରେ’ ଝଡ଼:୫୦ ମୃତ, ୨୭ ନିଖୋଜ

ନୂଆଦିଲ୍ଲୀ : ଭିଏତ୍‌ନାମ୍‌ରେ ଗତ ଶନିବାରଠାରୁ ଆତଙ୍କ ଖେଳାଇଥିବା ‘ଡାମ୍‌ରେ’ ଝଡ଼ରେ ଅଦ୍ୟାବଧି ୫୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୭ ଜଣ ନିଖୋଜ ରହିଛନ୍ତି। ସୋମବାର ବେଳକୁ ‘ଡାମ୍‌ରେ’ ଦୁର୍ବଳ ହୋଇଯାଇଥିଲେ ହେଁ ପ୍ରବଳ ବର୍ଷା ହେତୁ କେନ୍ଦ୍ରୀୟ ଭିଏତ୍‌ନାମ୍‌ରେ ବନ୍ୟା କରାଳ ରୂପ ନେଇଛି। ଏଥିରେ ପାଖାପାଖି ୨,୦୦୦ ଘର ଭୁଶୁଡ଼ି ପଡ଼ିଛି ଏବଂ ୮୦,୦୦୦ ଘର କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟ ରାସ୍ତାଗୁଡ଼ିକ ପାଖାପାଖି ଦେଢ଼ ମିଟର ଗଭୀର ଜଳରେ ବୁ୍‌ଡ଼ି ରହିଥିବାବେଳେ ବର୍ଷା ଲାଗିରହିଥିବାରୁ ଜଳ ସ୍ତର ମଧ୍ୟ ଆଗକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି। ଅପରପକ୍ଷେ, ଆସନ୍ତା ୧୦ ତାରିଖରେ ଏପିଇସି ସମିତି ପାଇଁ ଭିଏତନାମ୍‌ର ଡା ନାଙ୍ଗ୍‌ ସହର ବିଶ୍ୱର ପ୍ରମୁଖ ନେତାମାନଙ୍କୁ ସ୍ୱାଗତ କରିବାକୁ ଯାଉଥିବାବେଳେ କ୍ଷତିଗ୍ରସ୍ତ ସହରକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର