୨୦୧୭-୧୮ରେ ନିର୍ଦ୍ଧାରିତ ରାଶି ଠାରୁ ଅଧିକ କାରବାର କରି ରିଟର୍ଣ୍ଣ ଫାଇଲ୍‌ କରି ନଥିବା ବ୍ୟକ୍ତି ବିଶେଷଙ୍କୁ ୨୧ ଦିନର କଣ୍ଟ ଦେଲା ଆୟକର ବିଭାଗ

ନୂଅଦିଲ୍ଲୀ: ୨୦୧୭- ୧୮ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ରାଶି ଠାରୁ ବହୁ ଅଧିକ ପରିମାଣ ରାଶିର କାରବାର କରିଥିଲେ ସୁଦ୍ଧା ବହୁ ବ୍ୟକ୍ତି ସେମାନଙ୍କର ଆୟକର ରିଟର୍ଣ୍ଣ ଫାଇଲ୍‌ କରି ନଥିବା ଆୟକର ବିଭାଗ ଜାଣିବାକୁ ପାଇଛି। ଏବେ ସେମାନଙ୍କର ତାଲିକା ବିଭିନ୍ନ ସୂତ୍ରରୁ ଆୟକର ବିଭାଗର ହସ୍ତଗତ ହେବା ପରେ ଆୟକର ବିଭାଗ ପକ୍ଷରୁ ଏହି ପରି ବ୍ୟକ୍ତି ବିଶେଷମାନଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ଯେଉଁଥିରେ ୨୦୧୭- ୧୮ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ରାଶି ଠାରୁ ବହୁ ଅଧିକ ପରିମାଣ ରାଶିର କାରବାର କରିଥିଲେ ସୁଦ୍ଧା ବହୁ ବ୍ୟକ୍ତି ସେମାନଙ୍କର ଆୟକର ରିଟର୍ଣ୍ଣ ଫାଇଲ୍‌ କରି ନଥିବା ବ୍ୟକ୍ତି ବିଶେଷମାନଙ୍କୁ ଆୟକର ରିଟର୍ଣ୍ଣ ଫାଇଲ ପାଇଁ ୨୧ ଦିନର କଣ୍ଟ ଦିଆଯାଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଏପରି ବ୍ୟକ୍ତି ବିଶେଷମାନଙ୍କୁ ଇ-ମେଲ୍‌ ଓ ଏସ୍‌ଏମ୍‌ଏସ୍‌ ଜରିଆରେ ଆୟକର ବିଭାଗ ପକ୍ଷରୁ ନୋଟିସ୍‌ ପଠାଇବା କାର୍ଯ୍ୟ ମଧ୍ୟ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି।

ଏହା ସତ୍ତ୍ୱେ ଯଦି କେହି ଆୟକର ବିଭାଗର ନୋଟିସ୍‌ ପାଇ ନଥାନ୍ତି ଏବଂ ୨୦୧୭- ୧୮ ଆର୍ଥିକ ବର୍ଷରେ ନିର୍ଦ୍ଧାରିତ ରାଶି ଠାରୁ ଅଧିକ ପରିମାଣ ରାଶିର କାରବାର କରିଛନ୍ତି ଏବଂ ଆୟକର ରିଟର୍ଣ୍ଣ ଫାଇଲ୍‌ କରି ନାହାନ୍ତି ତେବେ ସେମାନେ ୨୧ ଦିନ ମଧ୍ୟରେ ଆୟକର ରିଟର୍ଣ୍ଣ ଫାଇଲ କରନ୍ତୁ। ଅନ୍ୟଥା ଆୟକର ବିଭାଗ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆର୍ଥିକ ଜରିମାନା ମଧ୍ୟ ଆଦାୟ କରିବ ବୋଲି ଏହି ନିର୍ଦ୍ଦୋନାମାରେ କୁହାଯାଇଛି।

ସମ୍ବନ୍ଧିତ ଖବର