ନୂଆଦିଲ୍ଲୀ: ଆୟକର ବିଭାଗ ଦ୍ବାରା ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁରେ ରାଜନେତା ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ବିଭିନ୍ନ ସ୍ଥାନରେ ଆୟକର ଚଢ଼ଉ ଏବେ ଚର୍ଚ୍ଚାରେ ରହିଛି। ନିର୍ବାଚନ ସମୟରେ ଚାଲିଥିବା ଏହି ଚଢ଼ଉକୁ ନେଇ ବିରୋଧୀ ଦଳ ନେତାମାନେ ପ୍ରଶ୍ନ ଉଠାଇବା ପରେ କମିସନ ଆଜି ଏ ବାବଦରେ ସିବିଡିଟି ଅଧ୍ୟକ୍ଷ ପି.ସି. ମୋଦୀ ଏବଂ ରାଜସ୍ବ ସଚିବ ଏ ବି ପାଣ୍ଡେଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି। ନିର୍ବାଚନ ସମୟରେ ହେଉଥିବା ଆୟକର ଚଢ଼ଉ ସଂପୂର୍ଣ୍ଣ ନିରପେକ୍ଷ ଏବଂ ଭେଦଭାବ ବିହୀନ ହେବା ଉଚିତ ବୋଲି ନିର୍ବାଚନ କମିସନ ଗୁରୁତ୍ବାରୋପ କରିଛନ୍ତି। ଏହା ସହିତ ଏଭଳି ଚଢ଼ଉ ସଂପର୍କରେ ନିର୍ବାଚନ କମିସନଙ୍କୁ ମଧ୍ୟ ଆଗୁଆ ସୂଚନା ମିଳିବା ଉଚିତ ବୋଲି କମିସନ ସ୍ପଷ୍ଟ କରିଛନ୍ତି।
ନିର୍ବାଚନ ବେଳେ ଆୟକର ଚଢ଼ଉ: ଇସିଙ୍କୁ ତଥ୍ୟ ଅବଗତ କଲେ ସିବିଡିଟି ଅଧ୍ୟକ୍ଷ, ରାଜସ୍ବ ସଚିବ
/sambad/media/post_attachments/wp-content/uploads/2019/04/Incometax-officer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)