ବିଚାରପତିଙ୍କ ଅବସର ବୟସ ବୃଦ୍ଧି ହେଉ: ଆଟର୍ଣ୍ଣି ଜେନେରାଲ 

ନୂଆଦିଲ୍ଲୀ : ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ଅବସର ବୟସ ସୀମା ବୃଦ୍ଧି କରିବାକୁ ଆଜି ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ପ୍ରସ୍ତାବ ଦେଇଛନ୍ତି। ସୁପ୍ରିମକୋର୍ଟ ବାର ଆସୋସିଏସନ ପକ୍ଷରୁ ଜଷ୍ଟିସ୍‌ ଆଦର୍ଶ ଗୋଏଲଙ୍କ ଅବସର ସଭାରେ ଆଟର୍ଣ୍ଣି ଜେନେରାଲ ଏଭଳି ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ, ହାଇକୋର୍ଟ ବିଚାରପତିଙ୍କ ଅବସର ବୟସ ୬୫ ବର୍ଷ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ପାଇଁ ୬୮ ବର୍ଷ ଅବସର ବୟସ ନିର୍ଦ୍ଧାରିତ କରାଗଲେ ସେମାନେ ନ୍ୟାୟ ବ୍ୟବସ୍ଥାକୁ ତ୍ୱରାନ୍ଵିତ କରିବାକୁ ଅଧିକ ସମୟ ପାଇବେ। ଆଟର୍ଣ୍ଣି ଜେନେରାଲଙ୍କ ଏଭଳି ପ୍ରସ୍ତାବ ପରେ ତତ୍‌କ୍ଷଣାତ୍‌ କେନ୍ଦ୍ର ସରକାର ଜଷ୍ଟିସ୍‌ ଗୋଏଲଙ୍କୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର