ଚନ୍ଦ୍ରଯାନର ବଜେଟ ହଲିଉଡ ଚଳଚ୍ଚିତ୍ରର ବଜେଟଠାରୁ ମଧ୍ୟ କମ

ଦ ଲାୟନ କିଙ୍ଗ ଫିଲ୍ମର ବଜେଟରେ ୨ଟି ଚନ୍ଦ୍ରଯାନ ମହାକାଶକୁ ଯିବ

ନୂଆଦିଲ୍ଲୀ : ଭାରତର ୨ୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ ଆଜି ଆନ୍ଧ୍ରପ୍ରଦେଶର ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ସଫଳତାର ସହ ପ୍ରକ୍ଷେପିତ ହୋଇଛି । ଏହାକୁ ବିଶ୍ୱର ସବୁଠାରୁ ଶସ୍ତା ଚନ୍ଦ୍ର ଅଭିଯାନ ବୋଲି କୁହାଯାଉଛି । ଏହି ଅଭିଯାନ ପାଇଁ ମାତ୍ର ୯୭୮ କୋଟି ଟଙ୍କା ବ୍ୟୟ ହୋଇଛି । ଏହି ପରିମାଣ ଅନେକ ମେଗା ବଜେଟ ହଲିଉଡ ଫିଲ୍ମଠାରୁ ଅନେକ କମ ବୋଲି କୁହାଯାଉଛି ।

ଏହି ୯୭୮ କୋଟିକୁ ଆମେ ଯଦି ଡଲାରରେ ପରିବର୍ତ୍ତନ କରିବା ତେବେ ତାହା ହେବ ୧୪୨ ନିୟୁତ ଡଲାର । ନିକଟରେ ରିଲିଜ ହୋଇଥିବା ଦ ଲାୟନ କିଙ୍ଗ ର ବଜେଟ ହେଉଛି ୨୬୦ ନିୟୁତ ଡଲାର । ଅର୍ଥାତ ଲାୟନ କିଙ୍ଗ ଫିଲ୍ମର ବଜେଟରେ ୨ଟି ଚନ୍ଦ୍ରଯାନ ମହାକାଶକୁ ଯିବ ।

ସେହିପରି କିଛି ମାସ ତଳେ ରିଲିଜ ହୋଇଥିବା ଆଭେଞ୍ଜର୍ସ ଏଣ୍ଡଗେମ ଚଳଚ୍ଚିତ୍ର ପାଇଁ ପ୍ରାୟ ୩୫୬ ନିୟୁତ ଡଲାର ବା ୨୪୪୩ କୋଟି ବ୍ୟୟ ହୋଇଥିଲା । ସେହିପରି ପ୍ରଥମ ଆଭେଞ୍ଜର୍ସଟି ୨୨୦ ନିୟୁତ ଡଲାର ବ୍ୟୟ ହୋଇଥିଲା । ସେହିପରି ଆଭେଞ୍ଜର୍ସ ଇନଫିିନିଟି ଓ୍ଵାର ର ବଜେଟଥିଲା ୩୧୬ ନିୟୁତ ଡଲାର ବ୍ୟୟ ହୋଇଥିଲା ।

ସମ୍ବନ୍ଧିତ ଖବର