ଲାଲୁଙ୍କ ଜାମିନ୍‌ ମିଆଦ ବଢ଼ିଲା

ପାଟ୍‌ନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅନ୍ତରୀଣ ଜାମିନ ମିଆଦକୁ ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଅସୁସ୍ଥତା ପାଇଁ ଲାଲୁଙ୍କୁ ଗତ ମେ’ ୧୧ ତାରିଖରେ ୬ ମାସର ଅନ୍ତରୀଣ ଜାମିନ୍‌ ଦିଆଯାଇଥିଲା। ଲାଲୁଙ୍କ ଅନ୍ତରୀଣ ଜାମିନ୍‌ ଆସନ୍ତା ଜୁନ୍‌ ୨୭ ତାରିଖରେ ସରୁଛି। କିନ୍ତୁ ଗତ ମଙ୍ଗଳବାର ଦିନ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇଯାଇଥିବାରୁ ସେ ଏସିଆନ୍‌ ହାର୍ଟ ଇନଷ୍ଟିଚ୍ୟୁଟ୍‌ରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ଅନ୍ତରୀଣ ଜାମିନ୍‌କୁ ବଢ଼ାଇ ଦିଆଯାଇଥିବା ଜଣାପଡ଼ିଛି। ଜୁନ୍‌ ୨୯ ତାରିଖରେ ରାଞ୍ଚି ହାଇକୋର୍ଟ ଏ ବାବଦରେ ପରବର୍ତ୍ତୀ ଶୁଣାଣି କରିବେ।

ସମ୍ବନ୍ଧିତ ଖବର