ସୁଜାତଙ୍କ ହତ୍ୟାକାରୀ ଚିହ୍ନଟ

ନୂଆଦିଲ୍ଲୀ: ଶ୍ରୀନଗରରେ ବରିଷ୍ଠ ସାମ୍ବାଦିକ ସୁଜାତ ବୁଖାରିଙ୍କୁ ଗୁଳି କରି ହତ୍ୟା କରିଥିବା ସମସ୍ତ ୩ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ କଶ୍ମୀରୀ ଆତଙ୍କବାଦୀ ଥିବା ବେଳେ ଜଣେ ପାକ୍‌ ଆତଙ୍କବାଦୀ ରହିଛି। ପାକ୍‌ ଆତଙ୍କବାଦୀ ନାଭେଦ ଜଟ୍ଟ ଗତ ଫେବ୍ରୁଆରି ମାସରେ ପୁଲିସ ହାଜତରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ସେ ଏହି ହତ୍ୟାକାଣ୍ଡରେ ସିଧାସଳଖ ସଂପୃକ୍ତ ରହିଛି। ସୁଜାତଙ୍କ ହତ୍ୟା ପାଇଁ ଲସ୍କର ଏ ତୋଇବା ଯୋଜନା କରିଥିଲା ଏବଂ ୨ ଜଣ କଶ୍ମୀରୀ ଆତଙ୍କବାଦୀଙ୍କ ସହାୟତା ନେଇ ଜଟ୍ଟ ଏହି କାଣ୍ଡ ଭିଆଇଥିଲା।

ସମ୍ବନ୍ଧିତ ଖବର