ଦେଶରେ ପ୍ରଥମ ! ନକ୍ସଲ୍‌ ଅଧ୍ୟୁଷିତ ଦାନ୍ତେଓ୍ଵାଡାରେ ସ୍ୱାଧୀନତା ଦିବସ ପରେଡ୍‌ର ନେତୃତ୍ୱ ନେବେ ମହିଳା ଯବାନ ଓ କମାଣ୍ଡୋ

ଦାନ୍ତେଓ୍ଵାଡା: ଛତିଶଗଡ଼ ରାଜ୍ୟର ନକ୍ସଲ ଅଧ୍ୟୁଷିତ ଜିଲ୍ଲା ଦାନ୍ତେଓ୍ଵାଡାରେ ଆସନ୍ତା ସ୍ୱାଧୀନତା ଦିବସରେ ଏକ ନୂଆ ଉଦାହରଣ ଦେଖିବାକୁ ମିଳିବ। ଦାନ୍ତେଓ୍ଵାଡାରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପରେଡର ନେତୃତ୍ୱ ନେବେ ସିଆର୍‌ପିଏଫ୍‌ର ମହିଳା ପ୍ଲାଟୁନ୍‌ ‘ବସ୍ତରୀ ବଟାଲିଅନ୍‌’। ଏଥିସହ ଆଉ ଏକ ନୂଆ ପଦକ୍ଷେପ ସ୍ୱରୂପ ପୁଲିସ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତକୁ ଆସିଥିବା ମହିଳା ନକ୍ସଲଙ୍କୁ ନେଇ ଗଠିତ ନକ୍ସଲ-ବିରୋଧୀ କମାଣ୍ଡୋ ୟୁନିଟ୍‌ ‘ଦାନ୍ତେଶ୍ୱରୀ ଲଡାକେ’ ମଧ୍ୟ ଏହି ପରେଡରେ ସମ୍ମୁଖ ଭାଗରେ ରହିବେ। ଛତିଶଗଡ଼ ପୁଲିସ ପ୍ରଶାସକ ପକ୍ଷରୁ ଏହି ସୂଚନା ସାମ୍ନାକୁ ଆସିଛି।

ଦିନେଶ୍ୱରୀ ନନ୍ଦ

ଦାନ୍ତେଓ୍ଵାଡାରେ ଅନୁଷ୍ଠିତ ହେବାକୁ ଥିବା ଏହି ପରେଡରେ କମାଣ୍ଡର ଭାବେ ମହିଳା ପ୍ଲାଟୁନ୍‌ର ନେତୃତ୍ୱ ନେବେ ଡିିଏସ୍‌ପିି ଦିନେଶ୍ୱରୀ ନନ୍ଦ। ଅନ୍ୟପକ୍ଷରେ ‘ଦାନ୍ତେଶ୍ୱରୀ ଲଡାକେ’ର ଆସିଷ୍ଟାଣ୍ଟ ସବ-ଇନ୍‌ସ୍ପେକ୍ଟର ଅନିତା ମେସରାମ୍‌ ପରେଡରେ ଦ୍ୱିତୀୟ କମାଣ୍ଡର ଭୂମିକା ନିର୍ବାହ କରିବେ।
ମହିଳା ପ୍ଲାଟୁନ୍‌ ଓ ମହିଳା କମାଣ୍ଡୋ ସ୍ୱାଧୀନତା ଦିବସ ପରେଡର ନେତୃତ୍ୱ ନେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର