ନୂଆଦିଲ୍ଲୀ: ଭାରତ-ଆମେରିକା ସାମରିକ ସହଯୋଗ ଏବେ ନାଟୋ ରାଷ୍ଟ୍ରଙ୍କ ସହିତ ସମକକ୍ଷ ହୋଇଥିବାରୁ ଏସିଆରେ ଭାରତର ସ୍ଥିତି ଅଧିକ ସୁଦୃଢ଼ ହୋଇଛି । ଭାରତୀୟ ସେନା ପାଇଁ ଅତି ଜରୁରୀ ଥିବା ଉନ୍ନତ ଯୋଗାଯୋଗ କୌଶଳ ଏବଂ ଗୋପନୀୟତା ରକ୍ଷା ସଂକ୍ରାନ୍ତ ବୈଷୟିକ ସହଯୋଗ ଚୁକ୍ତି ଗତକାଲି ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବା ଏକ ଐତିହାସିକ ପଦକ୍ଷେପ ଥିଲା। ବିଶ୍ୱ ପ୍ରତିରକ୍ଷା ଦୃଶ୍ୟପଟ୍ଟରେ ଭାରତ ଏବେ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛି । ଗୋଟିଏ ପଟେ ଭାରତ ଓ ଆମେରିକା ମଧ୍ୟରେ ସାମରିକ ସଂପର୍କ ପୂର୍ବାପେକ୍ଷା ଯଥେଷ୍ଟ ମଜଭୁତ ହୋଇଛି ଏବଂ ଅନ୍ୟପଟେ ଏସିଆରେ କ୍ଷମତା ସନ୍ତୁଳନ ଦିଗରେ ମଧ୍ୟ ଭାରତ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ବହୁ ପ୍ରତୀକ୍ଷିତ ୨+୨ ଆଲୋଚନା ପରେ ଯୋଗାଯୋଗ, ଅନୁକୂଳତା ଏବଂ ନିରାପତ୍ତା ଚୁକ୍ତି (କୋମ୍୍କାସା) ସଂପନ୍ନ ହୋଇଥିବାରୁ ଏହା ଚୀନ୍ ପାଇଁ ଝଟ୍୍କା ସାବ୍ୟସ୍ତ ହୋଇଛି ତେବେ ଚୀନ୍ ଏହି ମାମଲାରେ କୌଣସି ମନ୍ତବ୍ୟ ଦେଇନାହିଁ। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜିମ୍ ମାଟିସ୍, ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମଧ୍ୟରେ ବିସ୍ତତ ଆଲୋଚନା ପରେ ଭାରତକୁ ସବୁ ପ୍ରକାର ଯୁଦ୍ଧାସ୍ତ୍ର ଯୋଗାଣ ନେଇ ଆମେରିକା ସହମତି ପ୍ରକାଶ କରିଛି। ଫଳରେ ନାଟୋ ରାଷ୍ଟ୍ରମାନଙ୍କ ସହିତ ଯେଭଳି ତାଳମେଳ ରକ୍ଷା କରି ଆମେରିକା ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛି ଭାରତ ମଧ୍ୟ ଏବେ ସେହି ଶ୍ରେଣୀରେ ସାମିଲ ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନିରାପତ୍ତା ଯୋଗାଯୋଗ ସଂକ୍ରାନ୍ତ ଯନ୍ତ୍ରାଂଶ ଭାରତକୁ ଖୁବ୍୍ଶୀଘ୍ର ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଭାରତ ଏବଂ ଆମେରିକା ଚଳିତ ମାସରୁ ବିଭିନ୍ନ ପର୍ଯ୍ୟାୟରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ସମରାଭ୍ୟାସ କରିବେ ଏବଂ ପ୍ରଥମ ପର୍ଯ୍ୟାୟ ଉତ୍ତରାଖଣ୍ଡରୁ ଆରମ୍ଭ ହେବ।
ଭାରତକୁ ‘ନାଟୋ’ ରାଷ୍ଟ୍ର ଭଳି ମାନ୍ୟତା
ଭାରତ-ଆମେରିକା ସଂପର୍କରେ ନୂଆ ଅଧ୍ୟାୟ
/sambad/media/post_attachments/wp-content/uploads/2018/09/download-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)