‘ଏକ ଚୀନ ନୀତି’ କୁ ମାନିବୁ, କିନ୍ତୁ ପ୍ରଥମେ ପାକ ଅଧିକୃତ କାଶ୍ମୀର ଆମର ବୋଲି ସ୍ୱୀକାର କର : ଚୀନକୁ କହିଲା ଭାରତ

ନୂଆଦିଲ୍ଲୀ : ଆସନ୍ତା କାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିନ୍‌ ଙ୍କ ମଧ୍ୟରେ ୨ୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଚୀନ ଓ ଭାରତ ମଧ୍ୟରେ ଏକ ଛୋଟକାଟିଆ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । କିଛି ଦିନ ତଳେ ଚୀନ ଭାରତକୁ କହିଥିଲା ଯେ ଏହି ଭାରତ ଏକ-ଚୀନ ନୀତିକୁ ସ୍ୱୀକାର କରୁ । ଭାରତ ଏପରି କଲେ ଏହି କଥାବାର୍ତ୍ତା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ ଓ ଦ୍ୱିପାକ୍ଷିକ ସଂପର୍କ ଆହୁରି ଉନ୍ନତ ହେବ । କିନ୍ତୁ ଏହାର ଜବାବରେ ଭାରତ କହିଛି ଯେ ଚୀନ ପ୍ରଥମେ ପାକ ଅଧିକୃତ କାଶ୍ମୀରରେ ନିଜର ବିବାଦୀୟ ଚୀନ-ପାକିସ୍ତାନ ଇକନୋମିକ କରିଡର ପ୍ରକଳ୍ପ କାମ ବନ୍ଦ କରୁ । କାରଣ ପାକ ଅଧିକୃତ କାଶ୍ମୀର ମଧ୍ୟ ଭାରତର ଅଂଚଳ । ଏଣୁ ଚୀନ ଭାରତର ସାର୍ବଭୌମତ୍ୱକୁ ସ୍ୱୀକାର କଲେ ହିଁ ଭାରତ ଏକ-ଚୀନ ନୀତିକୁ ସ୍ୱୀକାର କରିବ । ସୂଚନାଯୋଗ୍ୟ ଯେ ଚୀନ ତାଇଓ୍ଵାନକୁ ନିଜର ଏକ ଅଂଶ ବୋଲି ଦାବି କରୁଛି । ତାଇଓ୍ଵାନ ସହିତ ଭାରତର କୂଟନୈିତିକ ସଂପର୍କ ନଥିଲେ ମଧ୍ୟ ତାହା ସହିତ ବାଣିଜ୍ୟିକ ଓ ସାଂସ୍କୃତିକ ସଂପର୍କ ରହିଛି । ଏକ ଚୀନ ନୀତିକୁ ଗ୍ରହଣ କରିବା ଅର୍ଥ ତାଇଓ୍ଵାନର ଅସ୍ତିତ୍ୱକୁ ଅସ୍ୱୀକାର କରିବା । ଭାରତ ପୂର୍ବରୁ ମଧ୍ୟ ଏକ ଚୀନ ନୀତିକୁ ମାନିବାକୁ ମନା କରିଆସିଛି ।

ସମ୍ବନ୍ଧିତ ଖବର