ଭାରତ ରୁଷୀୟ ମିସାଇଲ୍‌ ସିଷ୍ଟମ୍‌ ଖରିଦ କରିବା ୨+୨ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ନୁହେଁ: ମାଇକ୍‌ ପୋମ୍ପେଓ

ଓ୍ଵାସିଂଟନ୍‌: ଭାରତ ରୁଷ୍‌ରୁ ମିସାଇଲ୍‌ ଡିଫେନ୍‌ ସିଷ୍ଟିମ୍‌ ଓ ଇରାନ୍‌ରୁ ତୈଳ ଖରିଦ କରିବା ୨+୨ ଆଲୋଚନାର ଅଂଶ ବିଶେଷ, କିନ୍ତୁ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ନୁହେଁ ବୋଲି ୟୁଏସ୍‌ ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପେଓ କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସହ ଆଲୋଚନା ନିମନ୍ତେ ଗୁରୁବାର ଦିନ ପୋମ୍ପେଓ ଏବଂ ପ୍ରତିରକ୍ଷା ସଚିବ ଜିମ୍‌ ମ୍ୟାଟିସ୍‌ ଭାରତ ଆସୁଛନ୍ତି। ଦୁଇ ଦେଶ ମଧ୍ୟରେ ଏହା ହେବ ଉଦ୍‌ଘାଟନୀ ୨+୨ ଆଲୋଚନା।

ସେ ସବୁ ଆଲୋଚନାର ଅଂଶବିଶେଷ। (ରୁଷ୍‌ରୁ ମିସାଇଲ୍‌ ଓ ଇରାନ୍‌ରୁ ତୈଳ କିଣିବା) ସେ ସବୁ ସମ୍ପର୍କର ଅଂଶବିଶେଷ।

ପାକିସ୍ଥାନ ଯାଉଥିବା ପୋମ୍ପେଓ ମଙ୍ଗଳବାର ଦିନ କହିଛନ୍ତି, ସେ ବିଷୟ ଉଠିବ ନିଶ୍ଚୟ, କିନ୍ତୁ ଆମେ ଏଠି ଯାହା ଆଲୋଚନା କରିବାକୁ ଯାଉଛୁ ସେଥିରେ ଏହା ମୁଖ୍ୟ ପ୍ରସଙ୍ଗ ନୁହେଁ।

ଅତୀତରେ ଦୁଇ ଦୁଇ ଥର ଏହି ଆଲୋଚନା ସ୍ଥଗିତ ରଖା ଯାଇଥିବାରୁ ସେ ଦୁଃଖ ପ୍ରକଶ କରିଛନ୍ତି। ସେ କହିଛନ୍ତି: ଦ୍ୱିତୀୟ ଥରଟି ମୋ ଭୁଲ୍‌। ମୁଁ ପିୟୋଙ୍ଗ୍ୟାଙ୍ଗ୍‌ ବାହାରି ଥିଲି। କିନ୍ତୁ, ସେକ୍ରେଟାରି ମ୍ୟାଟିସ୍‌ ଏବଂ ମୁଁ ଏଥର ବୈଠକ ପାଇଁ ଚାହିଁ ରହିଛୁ।

ସମ୍ବନ୍ଧିତ ଖବର