ଆତଙ୍କବାଦ ପ୍ରସଙ୍ଗରେ ନଇଁବେନି ମୋଦି ସରକାର, ପାକିସ୍ତାନ ସହ କଥାବାର୍ତ୍ତା ବାତିଲ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ପ୍ରସ୍ତାବିତ  ଭାରତ ଓ ପାକିସ୍ତାନ କଥାବାର୍ତ୍ତାକୁ ଭାରତ ସରକାର ବାତିଲ କରିବାର ସମ୍ଭାବନା ରହିଛି । ଖୁବଶୀଘ୍ର ଏ ନେଇ ଘୋଷଣା  କରାଯାଇପାରେ ବୋଲି ସୂଚନା ମିଳିଛି । ଅର୍ଥାତ ଜାତିସଂଘରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସୀ ହାତ ମିଳେଇବେ ନାହିଁ । ସୀମାରେ ବିଏସଏ ଯବାନଙ୍କୁ  ପାକିସ୍ତାନ ସୈନ୍ୟ ମାନଙ୍କ ଦ୍ୱାରା ବିଭତ୍ସ ହତ୍ୟା ଯୋଗୁଁ ସାରା ଦେଶରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ମୋଦି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ ଯେ ଭାରତ ସହିତ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଭାରତ ଏହାର ସକାରାତ୍ମକ ଜବାବ ଦେଇଥିଲା ଓ ଚଳିତମାସ ଶେଷ ଭାଗରେ ନ୍ୟୁୟର୍କରେ ଦୁଇଦେଶ ମଧ୍ୟରେ କଥାବାର୍ତ୍ତା ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ବିଦେଶ ମନ୍ତ୍ରୀ ସ୍ତରରେ ଏହି ଆଲୋଚନା ହେବ ବୋଲି  ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର ଗତକାଲି କହିଥିଲେ ।  କିନ୍ତୁ ଏହାକୁ ନେଇ ଦେଶରେ ସରକାରଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା ।

ସମ୍ବନ୍ଧିତ ଖବର