ଭାରତ-ପାକିସ୍ତାନ ସୀମାରେ ଉଡୁଥିବା ପାକିସ୍ତାନର ଗୁପ୍ତଚର ପାରାକୁ କାବୁ କଲା ପୁଲିସ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ବୁଲୁଥିବା ଏକ ପାରାକୁ ଭରତୀୟ ପୁଲିସ ଗିରଫ କରିଛି। ଏହି ପାରାକୁ ପାକିସ୍ତାନ ଗୁପ୍ତଚରଗିରି କରିବା ଲାଗି ପଠାଇଥିବା ସନ୍ଦେହ କରାଯାଉଛି। ସୀମା ସୁରକ୍ଷା ବାହିନୀର ଅଧିକାରୀ ଦାବି କରି କହିଛନ୍ତି, ସୋମବାର (ଜୁନ୍ ୧୧) ଭାରତ-ପାକିସ୍ତାନ ସୀମାରେ ଏକ ପାରାକୁ ଦେଖିଥିଲେ। ଏହି ପାରା ଶରୀରରେ ଊର୍ଦୁ ଭାଷାରେ କିଛି ଲେଖା ଥିବା ବି ଦେଖିବାକୁ ପାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୀମାରେ ମାନବାଲ ଗ୍ରାମର ଜଣେ ଯୁବକ ସର୍ବପ୍ରଥମେ ଏହି ପାରାକୁ ଦେଖିଥିଲେ ଓ ପୁଲିସକୁ ଏ ନେଇ ସୂଚନା ଦେଇଥିଲେ। ପକ୍ଷୀଟିର ସେଭଳି କିଛି ସନ୍ଦିଗ୍ଧ ଗତିବିଧି ନଜର ନ ଆସୁଥିଲେ ବି ପାରାକୁ ଗୁପ୍ତଚର ଭାବେ କୌଣସି ସୂଚନା ଦେବାକୁ ପାକିସ୍ତାନ ପଠାଇଥିବା ସନ୍ଦେହ କରାଯାଉଛି।
ଅଜନାଲା ସହରର ପୁଲିସ ଇନ୍ସପେକ୍ଟର ପରମବୀର ସିଂହ କହିଛନ୍ତି, ଏହି ପାରାକୁ ସେନାଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ଏବେ ସେ ଏହି ପାରା ଶରୀରର ଏକ୍ସ-ରେ କରି ଯାଞ୍ଚ କରିବେ। ସୀମା ସୁରକ୍ଷା ବାହିନୀ ମୁତାବକ, ଆତଙ୍କବାଦୀ ଓ ଡ୍ରଗ୍ ମାଫିଆ କିଛି ସୂଚନା ପଠାଇବା ପାଇଁ ପାରାର ବ୍ୟବହାର କରି ଆସିଛନ୍ତି।
ଏହାପୂର୍ବରୁ ୨୦୧୬ରେ ପାକିସ୍ତାନ ସୀମା ପାଖରେ ଅଜନାଲା କସବେର ଲୋକମାନେ ଏକ ପାରାକୁ ପାଇଥିଲେ। ଯାହର ପଙ୍ଖରେ ମୋବାଇଲ ନମ୍ବର ସହିତ ଊର୍ଦ୍ଦୁରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳିଥିଲା। ପୁଲିସ ଏହି ପାରାକୁ କାବୁ କରି ଛାନ୍ଭିନ୍ କରିଥିଲା। କେବଳ ଏତିକି ନୁହେଁ ଏହି ପାରା ଶରୀରରେ କିଛି ଗୁପ୍ତ ନୋଟ ବି ଜବତ କରାଯାଇଥିଲା। ସେହିପରି ୨୦୧୫ରେ ସୀମା ନିକଟରୁ ବିଏସ୍ଏଫ୍ ଯବାନ ଏକ ପାରାକୁ ଧରିଥିଲେ ଯାହାର ଶରୀରରେ ସିକ୍ରେଟ ନମ୍ବର ଥିବା ନେଇ ଦେଖିବାକୁ ପାଇଥିଲେ।