ସିରିଆ ଘଟଣା ଉପରେ ସତର୍କ ଦୃଷ୍ଟି ରଖିଛି ଭାରତ

0 1,391

ନୂଆଦିଲ୍ଲୀ: ସିରିଆ ଉପରେ ଆମେରିକା ପକ୍ଷରୁ ଗତ କାଲି ରାତିରେ କରାଯାଇଥିବା ଆକ୍ରମଣ ପରେ ଅନ୍ତର୍ଜାତୀୟ ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଭାରତ ଚିନ୍ତା ପ୍ରକଟ କରିବା ସହ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି ।

ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଭାରତ ଏହି ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି । ତେବେ ବଳ ପ୍ରୟୋଗ ନୁହେଁ ବରଂ ବିଭିନ୍ନ ବିବାଦର ସମାଧାନ ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘ ପରିସୀମା ମଧ୍ୟରେ ରହି କରାଯିବା ଉଚିତ ବୋଲି ସେ କହିଛନ୍ତି । ଭାରତ ପକ୍ଷରୁ କୁହାଯାଇଛି ଯେ ସିରିଆ ପକ୍ଷରୁ ରାସାୟନିକ ଆକ୍ରମଣ ଘଟଣାର ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ କରାଯିବା ଆବଶ୍ୟକ । ଅନ୍ୟପକ୍ଷରେ ଅପରପକ୍ଷ ମଧ୍ୟ ଆଉ ପରିସ୍ଥିତିକୁ ଖରାପ ନକରି କଥାବାର୍ତ୍ତା ମାଧ୍ୟମରେ ସମାଧାନ ବାହାର କରିବା ଆବଶ୍ୟକ ।

ସିରିଆର ବସଦ-ଅଲ-ଆସଦ ସରକାରଙ୍କ ଦ୍ୱାରା ରାସାୟନିକ ଆକ୍ରମଣ ହେଉଥିବା ଅଭିଯୋଗ କରି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ପକ୍ଷରୁ ଗତକାଲି ସିରିଆର କେତେକ ଟାର୍ଗେଟ ଉପରେ କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । କିନ୍ତୁ ଏହାର ପରିଣାମ ଭୋଗିବାକୁ ଆମେରିକା ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ଋଷିଆ ଚେତାବନୀ ଶୁଣାଇଛି । କେବଳ ଋଷିଆ ନୁହେଁ ଚୀନ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛି । ଏହା ଯୋଗୁଁ ଆଗକୁ ପରିସ୍ଥିତି ଆହୁରି ଖରାପ ହେବା ଆଶଙ୍କା ଦେଖାଦେଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.