କାବୁଲ ଆତଙ୍କବାଦୀ ଆକ୍ରମଣକୁ ଭାରତର ତୀବ୍ର ନିନ୍ଦା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଜନସମାଗମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତ ତୀବ୍ର ନିନ୍ଦା କରିଛି। ଏହି ଆକ୍ରମଣ ଯୋଗୁଁ ଅନ୍ୟୂନ ୩୨ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଶୁକ୍ରବାର ଦିନ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ଏକ ବିବୃତିରେ କୁହାଯାଇଛି ଯେ ଆତଙ୍କବାଦ ବିରୋଧରେ ସଂଗ୍ରାମ କରିବାକୁ ଓ ଆତଙ୍କବାଦ ପ୍ରାୟୋଜକମାନଙ୍କୁ ଉତ୍ତରଦାୟୀ କରିବାକୁ ଅନ୍ତର୍ଜାତୀୟ ସମୁଦାୟ ଏକତ୍ର ହେବା ଉଚିତ।

Image Courtesy of DW

ଆଫଗାନିସ୍ତାନର ଆଦିମ ଅଧିବାସୀ ହଜରାସ୍‌ ସମ୍ପ୍ରଦାୟର ନେତା ଶହୀଦ ମଜାରିଙ୍କ ସ୍ମୃତିଚାରଣ ନିମନ୍ତେ ଶୁକ୍ରବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଉକ୍ତ ଜନସମାରୋହରେ ଅନେକ ବରିଷ୍ଠ ରାଜନୈତିକ ନେତା ଉପସ୍ଥିତ ଥିଲେ।

ବିବୃତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆହୁରି କହିଛି ଯେ ମୃତାହତ ବ୍ୟକ୍ତିଙ୍କ ଆତ୍ମୀୟ, ସରକାର ଓ ଆଫଗାନିସ୍ତାନର ଜନତାଙ୍କ ପ୍ରତି ଆମର ଗଭୀର ସମବେଦନା।

ଏହି ଆକ୍ରମଣ ପାଇଁ ଇସ୍‌ଲାମିକ୍‌ ଷ୍ଟେଟ୍‌ ଟେରର୍‌ ଗ୍ରୁପ୍‌ ନିଜକୁ ଦାୟୀ କରିଛି।

ସମ୍ବନ୍ଧିତ ଖବର