ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ଆଣ୍ଡାମାନରେ ଲଢୁଆ ହେଲିକାପ୍ଟର ମୃତୟନ କଲା ଭାରତ, କାରଣ ବେଶ ଗମ୍ଭୀର

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ବନ୍ଧୁତାର ନୂଆ ଅୟମାରମ୍ଭ ହୋଇଛି । ଦୁଇ ଦେଶ କଥାବାର୍ତ୍ତା ମାଧ୍ୟମରେ ସୀମା ବିବାଦକୁ ଦୂର କରିବାକୁ ରାଜି ହୋଇଛନ୍ତି । ଭବିଷ୍ୟତରେ ଯେପରି ଡୋକଲାମ ପରି ପରିସ୍ଥିତି ସୃଷ୍ଟି ନ ହେବ ସେ ଦିଗରେ ସେନା ସ୍ତରୀୟ କଥାବାର୍ତ୍ତ ପାଇଁ ମଧ୍ୟ ଯୋଜନା ଚାଲିଛି ।

କିନ୍ତୁ ଏସବୁ ସତ୍ତ୍ୱେ ଭାରତ ଚୀନ ଉପରେ ସମ୍ପୂର୍ଣ୍ଣ ଭରଷା କରିପାରୁନାହିଁ । କାରଣ ପଛରୁ ଛୁରୀ ମାରିବାର ପୁରୁଣା ରେକର୍ଡ ଚୀନର ରହିଛି । ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର ଗୋଟିଏ ପଟେ ଶାନ୍ତି କଥା ବାର୍ତ୍ତା ଚଳାଇଥିବାବେଳେ ଅନ୍ୟପଟେ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ।

ଭାରତ ମହାସାଗରରେ ଚୀନର ପତିଆରା ବଢୁଥିବାରୁ ନିଜ ଜଳସୀମାର ରକ୍ଷା ପାଇଁ ଭାରତ କେତେକ ପଦକ୍ଷେପ ନେଉଛି । ସେସବୁ ମଧ୍ୟରେ ରହିଛି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଲଢୁଆ ହେଲିକାପ୍ଟର ମୃତୟନ ନିଷ୍ପତ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଭାରତ ଏପରି ନିଷ୍ପତ୍ତି ନେଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନ ଆକ୍ରମଣରୁ ରକ୍ଷା କରିବାକୁ ବ୍ରିଟିଶ ସରକାର ଏ ଅଂଚଳରେ ହେଲିକାପ୍ଟର ଓ ଯୁଦ୍ଧବିମାନ ମୃତୟନ କରିଥିଲେ । କେବଳ ଏତିକି ନୁହେଁ ଆଣ୍ଡାମାନରେ ଭାରତୀୟ ନୌସେନାର ୧୯ଟି ଯୁଦ୍ଧଜାହାଜ ମୃତୟନ ରହିଛି । ଏହା ସହିତ ଦୁଇଟି ଫ୍ଲୋଟିଂ ଡକ୍‌ (ଜାହଜ ଗୁଡ଼ିକର ମରାମତି ଓ ସର୍ଭିସିଂ ପାଇଁ) ରଖାଯାଇଛି ।

ଥାଇଲାଣ୍ଡ, ଇଣ୍ଡୋନେସିଆର ସୁମାତ୍ରା ମଧ୍ୟରେ ଥିବା ଷ୍ଟ୍ରେଟ ଅଫ ମଲାକ୍କା ଦେଇ ଚୀନର ଯୁଦ୍ଧ ଜାହାଜ ବାରମ୍ବାର ଭାରତ ମହାସାଗରରେ ପ୍ରବେଶ କରୁଛି । ଏହି ପ୍ରବେଶପଥ ଅଳ୍ପ କିଛି ଦୂରରେ ରହିଛି ଭାରତର ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜ । ଏଣୁ ଭାରତ ସରାକାର ଏପରି ପଦକ୍ଷେପ ନେଇଛନ୍ତି ।

ସମ୍ବନ୍ଧିତ ଖବର